ସାରା ବିଶ୍ୱକୁ ଆତଙ୍କରେ ଦୋହଲାଇ ଦେଇଥିବା ବ୍ୟକ୍ତି ଅଲ ଜବାହିରୀ ମୃତ୍ୟ : ଆସନ୍ତୁ ଜାଣିବା ଜବାହିରିର ସର୍ଜନ ରୁ ଆତଙ୍କବାଦୀ ହେବାର ଯାତ୍ରା ବିଷୟରେ
ନୂଆଦିଲ୍ଲୀ : ଆମେରିକା ପକ୍ଷରୁ ଦାବି ହୋଇଛି ଯେ ଆତଙ୍କବାଦୀ ସଂଗଠନ ଅଲକାଏଦା ମୁଖ୍ୟ ଆୟମାନ ଅଲ ଜବାହିରୀ କୁ ଡ୍ରୋନ୍ ଆକ୍ରମଣ ରେ ମୃତ୍ୟୁ ହୋଇଛି l ଆମେରିକାର ଅଧିକାରୀ ମାନଙ୍କ ସୂଚନା ଅନୁସାରେ ଜବାହିରୀକୁ ଆଫଗାନିସ୍ତାନ ରେ ସିଆଇଏ ର ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇ ମରାଯାଇଥିଲା l ଅଧିକାଂଶ ମିଡ଼ିଆ ରିପୋର୍ଟ ରେ ଏହା ମଧ୍ୟ ସାମ୍ନା କୁ ଆସିଛି ଯେ ଆଫଗାନିସ୍ତାନ ରେ ସପ୍ତାହର ଶେଷ ଭାଗରେ ଆମେରିକାର ଏୟାର ଷ୍ଟ୍ରାଇକ ରେ ଅଲକାଏଦା ମୁଖ୍ୟ ଆୟମାନ ଜବାହିରି ର ମୃତ୍ୟୁ ହୋଇଛି l ଜବାହିରି ୧୧ ବର୍ଷ ପର୍ଯ୍ୟନ୍ତ ଅଲକାଏଦା ମୁଖ୍ୟଥିଲେ l
ଆସନ୍ତୁ ଜାଣିବା ଜବାହିରି ର ସର୍ଜନ ରୁ ଆତଙ୍କବାଦୀ ହେବାର ଯାତ୍ରା ବିଷୟରେ -:
– ଆୟମାନ ଅଲ ଜବାହିରି ପେଶାରେ ଜଣେ ସର୍ଜନ ଅଟନ୍ତି ଓ ଆତଙ୍କୀ ସଂଗଠନ ଅଲକାଏଦା ପ୍ରମୁଖ ଆତଙ୍କବାଦୀ ଯାହାଙ୍କ ଜନ୍ମ ୧୯ ଜୁନ୍ ୧୯୫୧ ରେ ମିଶ୍ରର ଗୋଟିଏ ଧନୀ ପରିବାରରେ ହୋଇଥିଲା l ପରେ ସେ ସାଉଦି ଆରବ ରେ ପାଠପଢା ସମ୍ପୂର୍ଣ କରିଥିଲେ ଓ ଜଣେ ଡାକ୍ତର ହୋଇଥିଲେ l ଏହାପରେ ଓସାମା ବିନ ଲାଡେନ ସଂସ୍ପର୍ଶରେ ଆସିବା ପରେ ଅଲକାଏଦା ସହିତ ଯୋଡି ହୋଇଥିଲେ , କିନ୍ତୁ ଏହା ପୂର୍ବରୁ ମଧ୍ୟ ସେ ଇଜିପ୍ଟିଆନ ଇସ୍ଲାମିକ ଜିହାଦ ର ମୁଖ୍ୟଥିଲେ l
ଅଲ ଜବାହରି ଅଶିକ୍ଷିତ ନଥିଲେ ବରଂ ସେ ୧୯୭୪ ରେ କେୟରୋ ମେଡିକାଲ ସ୍କୁଲ୍ ରେ ସ୍ନାତୋକ ପାସ କରିଥିଲେ l ତାଙ୍କ ପିତା ମଧ୍ୟ ଜଣେ ପ୍ରଫେସର ଥିଲେ l
– ୧୯୭୮ ରେ ଜବାହିରି ଙ୍କ ବିବାହ ମଧ୍ୟ ଖୁବ ଚର୍ଚାରେ ରହିଥିଲା l ସେ କହିରା ବିଶ୍ୱବିଦ୍ୟାଳୟର ଦର୍ଶନ ଛାତ୍ରୀ ଅଜା ନୋବାରୀ ସହିତ ବିବାହ କରିଥିଲା l ସେତେବେଳେ ମିଶ୍ର ଉଦରବାଦୀ ଥିଲା, କିନ୍ତୁ ଜବାହିରି ର ବିବାହରେ ପୁରୁଷ ଓ ମହିଳାଙ୍କୁ ଅଲଗା ଅଲଗା ବସା ଯାଇଥିଲା l ଫଟୋଗ୍ରାଫର ଓ ସଂଗୀତକାର ଙ୍କ ଉପରେ ପାବନ୍ଦୀ ଲାଗିବ ସହିତ ହସଖୁସି ଉପରେ ମଧ୍ୟ ପାବନ୍ଦୀ ଲାଗିଥିଲା l
– ୧୯୮୧ ରେ ମିଶର ର ରାଷ୍ଟ୍ରପତି ଅନବର ସଦାନ ଙ୍କ ହତ୍ୟା ପରେ ଜବାହିରୀ ସେହି ଶହଶହ ଲୋକଙ୍କ ମଧ୍ୟରେ ସାମିଲ ଥିଲା, ଯାହାଙ୍କୁ ଗିରଫ କରାଯାଇ ପ୍ରତାଡ଼ିତ କରାଯାଇ ଥିଲା l ୩ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ଦେଶ ଛାଡି ସାଉଦି ଆରବ ଚାଲିଯାଇ ଥିଲା l
– ସାଉଦୀ ଆରବ ଯିବାପରେ ସେ ଜଣେ ମେଡ଼ିସିନ ବିଭାଗ ରେ ପ୍ରାକ୍ଟିସ କରିବାକୁ ଲାଗିଲା l ସେଠାରେ ତାର ସାକ୍ଷାତ ଅଲକାଏଦା ମୁଖ୍ୟ ଓସାମାବିନ ଲାଡେନ ସହିତ ହୋଇଥିଲା l
– ଲାଡେନ ୧୯୮୫ ରେ ଅଲକାଏଦା କୁ ବିସ୍ତାର କରିବାପାଇଁ ପାକିସ୍ତାନର ପେଶାବର ଯାଇଥିଲା l ସେହି ସମୟରେ ଜବାହିରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲା l ସେହି ସମୟରେ ଉଭୟ ଆତଙ୍କବାଦୀ ଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥିଲା l
– ଏହାପରେ ଉଭୟ ଆତଙ୍କବାଦୀ ମିଶି ସାରା ବିଶ୍ୱରେ ଆତଙ୍କ ଖେଳାଇଥିଲେ l ଆମେରିକା ବିଶ୍ୱବାଣିଜ୍ୟ କେନ୍ଦ୍ର ଉପରେ ସେପ୍ଟେମ୍ବର ୧୧ ରେ ଆକ୍ରମଣ ପରେ, ଆମେରିକା ସେନା ଦ୍ୱାରା ୨୦୦୧ ର ଶେଷ ବେଳକୁ ଆମେରିକା ସେନା ଆଫଗାନିସ୍ତାନ ରେ ତାଲିବାନ ସରକାର କୁ ଗାଦିଚ୍ୟୁତ କରିଥିଲା, ସେହି ସମୟରେ ମଧ୍ୟ ଲାଡେନ ଓ ଜବାହିରୀ ଅଳ୍ପକେ ବଞ୍ଚି ଯାଇଥିଲେ l
– ପରେ ଆମେରିକା ସେନା ୨୦୧୧ ରେ ଲାଡେନ କୁ ପାକିସ୍ତାନ ରେ ହତ୍ୟା କରିଥିଲା l
– ଲାଡେନ ର ମୃତ୍ୟୁପରେ ଜବାହିରୀ ସଙ୍ଗଠନର ଦାୟିତ୍ୱ ନେଇଥିଲା l ୨୦୧୧ ରେ ସେ ଅଲକାଏଦା ମୁଖ୍ୟ ହୋଇଥିଲା l
– ଅଲ ଜବାହିରୀ ଚଳିତବର୍ଷ ଅପ୍ରେଲ ମାସରେ ଗୋଟିଏ ୯ ମିନିଟ ର ଭିଡିଓ ଜାରୀ କରିଥିଲା l ଭିଡିଓ ରେ ସେ ଫ୍ରାନ୍ସ, ମିଶର ଓ ହଲାଣ୍ଡ କି ଇସ୍ଲାମ ବିରୋଧୀ ଦେଶ ବୋଲି ବୟାନ ଦେଇଥିଲା l ଏହି ଭିଡିଓ ରେ ଭାରତ ରେ ହିଜାବ ବିବାଦକୁ ନେଇ ଆକ୍ରୋଶ ମୂଳକ ମନ୍ତବ୍ୟ ମଧ୍ୟ ଦେଇଥିଲା l