Odisha news

କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା:ରାସ୍ତା ସାଜିଛି ବାଧକ: ଆମ୍ବୁଲାନ୍ସ ପହଞ୍ଚି ପାରିଲାନି : ଦୋଳାରେ ବୁହାହେଲେ ଗର୍ଭବତୀ

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଗାଁ ଅଛି ହେଲେ ରାସ୍ତାନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ  ମାନବିକତା ଦେଖାଇ ଏକ ଭାରରେ ଗର୍ଭବତୀଙ୍କୁ ପ୍ରାୟ ଦେଢ କିଲୋମିଟର ବୋହି ଆଣିଥିଲେ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର ସାରଙ୍ଗଡ଼ ଥାନାର  ଟେଟଣା ଗାଁରେ। ଏହି ଗ୍ରାମରେ ମାତ୍ର ୨ଟି ପରିବାର ବାସବାସ କରୁଥିବା ବେଳେ ଗ୍ରାମର ଆରତି ମଲିକ(୨୩) ଙ୍କର ଗତକାଲି ସନ୍ଧ୍ୟାରେ ଗର୍ଭଯନ୍ତ୍ରଣା ଯୋଗୁଁ ସେ ଏନେଇ ଦାୟିତ୍ୱରେ ଥିବା ଆଶା କର୍ମୀ ମହେଶ୍ୱତା ପ୍ରଧାନଙ୍କୁ ଖବର ଦେଇଥିଲେ। ଆଶା କର୍ମୀ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେବାରୁ ଆମ୍ବୁଲାନ୍ସ ପହଞ୍ଚିଥିଲା। କିନ୍ତୁ ଗ୍ରାମରେ ପହଞ୍ଚିବାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆଉ ଆଗକୁ ଯାଇ ପାରିନଥିଲା । ଦେଢ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖିବା ପରେ ଗାଡ଼ିର ଡ୍ରାଇଭର ଜିତୁ ମାଝୀ ପରିବାର ପାଖରେ ପହଞ୍ଚିବା ସହିତ ପରିବାରର ଜଣେ ସଦସ୍ୟଙ୍କ ସହାୟତରେ ଏକ ଭାରରେ ନାଳ ଓ କାଦୁଅ ପଚ ପଚ ରାସ୍ତା ପାରକରି ଆଣିଥିଲେ ଆମ୍ବୁଲାନ୍ସ ପାଖକୁ। ସେଠାରୁ ସାରଙ୍ଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଗର୍ଭବତୀଙ୍କୁ। ଡ଼ାକ୍ତରଖାନରେ ଭର୍ତ୍ତି କରିବା ପରେ ଏକ ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବାର ଜଣାଯାଇଛି। କନ୍ଧମାଳ ଜିଲ୍ଲାର କେବଳ ଏହି ଗୋଟିଏ ଗାଁ ନୁହେଁ ଜିଲାର ଏକ ହଜାର ରୁ ଉର୍ଦ୍ଧ ଗ୍ରାମ ଏଭଳି ରହିଛି ଯାହାକି ବର୍ଷାଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଗ୍ରାମବାସୀଙ୍କୁ l ଏଥି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି  ଦେବାକୁ ଦାବୀ ହେଊଛିl

Leave A Reply