ବାରିପଦା : ବାରିପଦା ପୌରପରିଷଦ ପକ୍ଷରୁ ଆଜି ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ ସଂଯୋଗୀକରଣ ର ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ପୌରପରିଷଦ ପକ୍ଷରୁ ଇଲେକ୍ସନ୍ ଇନ୍ଚାର୍ଜ ବିଜୟ ଗୌରବ ଦାସ, ଏକ୍ସ ଇଲେକ୍ସନ୍ ଇନ୍ଚାର୍ଜ ଉଜଳ କୁମାର ବେହେରା, ୱାର୍ଡ କାଉନସିଲର ରାଜ୍ ଗୁପ୍ତା, ସୁପରଭାଇଜର ଓ ବିଏଲଓ ମାନେ ଉପସ୍ଥିତ ରହି ଏହାକୁ କିପରି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୁଦୁରପ୍ରସାରୀ କରାଯାଇପାରିବ ଓ ସମସ୍ତେ ଭୋଟର ଭାଇ ଓ ଭଉଣୀ ମାନେ ଅଂଶଗ୍ରହଣ କରି ପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ଆଲୋଚନା କରାଯାଇଥିଲା ।