ନୟାଗଡ଼ : ନୟାଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟର ତାଲିକା ନାମା ପଞ୍ଜୀକରଣ, ସଶୋଂଧନ, ଓ ନାମ ବାଦ କରଯିବା ନୂତନ ନିୟମ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି । ଭୋଟର ତାଲିକାରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ପୂର୍ବରୁ ବର୍ଷକୁ ଗୋଟିଏ ନିର୍ଦ୍ଧିଷ୍ଠ ତାରିଖ ଧାର୍ଯ୍ୟ ରହିଥିଲା । ବରତ୍ତମାନ ସେଥିରେ କେନ୍ଦ୍ରୀୟ ନିର୍ବୋଚେନ ଆୟୋଗ ଅନେକ ପରିବର୍ତ୍ତନ କରିଛନ୍ତି । ବର୍ଷକୁ ୪ ଥର ନୂତନ ଭୋଟରଙ୍କ ନାମ ପଂଜୀକରଣ କରାଯାଇ ପାରିବ । ବିଶେଷ କରି ଭୋଟର ତାଲିକାରେ ୧୮ ବର୍ଷର ଯୁବକ ଯୁବତୀଙ୍କ ନାମ ପଜୀଂକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛଇ । ବର୍ଷରେ ୪ଟି ପର୍ଯ୍ୟାୟରେ ନାମ ପଞ୍ଜୀକରଣରୁ ସୁବିଧା ନୂତନ ଭୋଟରଙ୍କୁ ଅଧିକ ଉତ୍ସାହିତ କରିବ । ପୂର୍ବରୁ ବ୍ୟବହାର କରାଯାଉଥିବା ଫର୍ମ ନ- ୬ ଓ ୭ରେ ସରଳୀକରଣ କରାଯାଇଛି । ଫର୍ମ- ୮ରେ ପୂର୍ବାପେକ୍ଷା ଅତିରିକ୍ତ ସେବା ଉପଲବ୍ଧ ନୋଗରୀକଙ୍କ ପାଇଁ ସହଜ ହୋଇଯିବ । ଏଣିକି ଭୋଟର ତାଲିକାରେ ନାମ ପଂଜୀକରଣ କରିବାକୁ ବର୍ଷର ଏପ୍ରିଲ ୧ତାରିଖ, ଜୁଲାଇ୧, ଅଗଷ୍ଟ ୧, ଏବଂ ଅକ୍ଟୋବର୧ତାରିଖ ସୁବିଧା ସୃଷ୍ଟି ହୋଇଥିବା ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ ସୂଚନା ପ୍ରଦାନ କରିଛନ୍ତି ।