ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଦ୍ୱିପ୍ରହର ସମୟରେ ଉଦୟପୁର ରେ ହୋଇଥିବା କହ୍ନେୟା ଲାଲ ଙ୍କ ହତ୍ୟା ସାରା ବିଶ୍ୱରେ ଭୟର କୋଳାହଳ ସୃଷ୍ଟି କରିଛି l ଦିନ ଦ୍ବିପ୍ରହର ସମୟରେ କହ୍ନେୟା ଙ୍କୁ ତାଙ୍କ ଦୋକାନରେ ନିର୍ମମ ଭାବରେ ଗଳା କାଟି ହତ୍ୟା କରାଯାଇ ଥିଲା l ତାଲିବାନୀ ମାନଙ୍କ ଭଳି କରାଯାଇ ଥିବା ହତ୍ୟା କୁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି l ପ୍ରତ୍ୟକ ବ୍ୟକ୍ତି ଏହି ହତ୍ୟାକୁ ନେଇ ନିଜର କଡା ବିରୋଧ କରିଛନ୍ତି ଓ ଦୋଷୀ କୁ ଫାସୀ ରେ ଝୁଲିବାର ଦେଖିବାକୁ ଚାହୁଁଛନ୍ତି ବୋଲି ମତ ଦେଇଛନ୍ତି l ଏହି ହତ୍ୟା ଘଟଣା କେବଳ ଭାରତରେ ସୀମିତ ହୋଇ ରହିନାହିଁ, ବର୍ତମାନ ଏହା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି l
ବର୍ତମାନ ଏହି ଘଟଣାକୁ ନେଇ ନେଦର ଲ୍ୟାଣ୍ଡ ଗଭରମେଣ୍ଟ ର ଜଣେ ସାଂସଦ ଙ୍କର ବୟାନ ସାମ୍ନା କୁ ଆସିଛି l କହ୍ନେୟା ଲାଲ ଙ୍କ ହତ୍ୟା ପରେ ଡଚ ସାଂସଦ ଗିଲ୍ଟ ବିଲଡର ଗୋଟିଏ ଟୁଇଟ କରି ଲେଖିଛନ୍ତି ଯେ ‘ ଭାରତକୁ ଏପରି ନେତାଙ୍କ ଆବଶ୍ୟକତା ରହିଛି ଯିଏ କି ଶତପ୍ରତିଶତ ହିନ୍ଦୁଙ୍କ ରକ୍ଷା କରିପାରିବ l ସେ ଆଗକୁ ଲେଖିଛନ୍ତି ଯେ ଭାରତକୁ ମୁଁ ଏହି ବାର୍ତା ନିଜର ବନ୍ଧୁ ହିସାବରେ ଦେଉଛି l ଅସହିଷ୍ଣୁତା ପ୍ରତି ସହିଷ୍ଣୁ ହେବା ବନ୍ଦ କର, କଟରବାଦ ଓ ଆତଙ୍କବାଦ ଠାରୁ ହିନ୍ଦୁ ଧର୍ମ କୁ ରକ୍ଷା କରିବା ଆବଶ୍ୟକ l’ ଇଏ ହେଉଛନ୍ତି ସେହି ଗିଲ୍ଟ ବିଲଡର ଅଟନ୍ତି ଯିଏ କି କିଛି ଦିନ ପୂର୍ବରୁ ନୁପୁର ଶର୍ମାଙ୍କ ଉପରେ ବୟାନ ଦେଇଥିଲେ l ସେହି ସମୟରେ ସେ କହିଥିଲେ ଯେ ଦୁନିଆର ମୁସ୍ଲିମ ଦେଶ ଗୁଡ଼ିକୁ ଭାରତର ଡରିବା କିଛି ଆବଶ୍ୟକ ନାହିଁ l ସେତେବେଳେ ସେ କହିଥିଲେ ଯେ ଭାରତ କ୍ଷମା କାହିଁକି ମାଗିବ l ‘
ଏହା ପୂର୍ବରୁ ଧର୍ମ ବିଶେଷ ଲୋକଙ୍କ ଅଭିଯୋଗ କ୍ରମେ କହ୍ନେୟା ଲାଲ ଙ୍କୁ ପୋଲିସ ଗିରଫ କରିଥିଲା l ଏହାପରେ କହ୍ନେୟା ଜାମିନ ରେ ବାହାରକୁ ଆସିଥିଲେ l କିନ୍ତୁ ତାଙ୍କୁ ଲଗାତାର ଧମକ ମିଳି ଆସୁଥିଲା l ସୂଚନା ଯୋଗ୍ୟ ଯେ ଯେତେବେଳେ ଏହି ଧମକ ବିଷୟରେ କହ୍ନେୟା ପୋଲିସ ରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ଏହି ମାମଲାକୁ ଗମ୍ଭିରାତାର ସହିତ ନେଇ ନଥିଲା l ପରେ କିନ୍ତୁ କହ୍ନେୟାର ନିର୍ମମ ଭାବରେ ହତ୍ୟା କରାଯାଇଚି l ବର୍ତମାନ ଲୋକମାନେ ପୋଲିସ ଆଡକୁ ଅଙ୍ଗୁଳି ଉଠାଇଛନ୍ତି l