Odisha news

ଆସାମ ବନ୍ୟା କ୍ଷତିଗ୍ରସ୍ତ ଙ୍କୁ ଅମିର ଖାନ ଙ୍କ ସହାୟତା, ଟୁଇଟ ଯୋଗେ ଧନ୍ୟବାଦ ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ : ଆସାମ ବର୍ତମାନ ଭୀଷଣ ବନ୍ୟାରେ କ୍ଷତିଗ୍ରସ୍ତ l ୨୧ ଲକ୍ଷରୁ ଉର୍ଧ ଜନଜୀବନ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି l ଏହି ସମୟରେ ବିଭିନ୍ନ ରାଜ୍ୟରୁ ଆସାମ କୁ ସହାୟତା ଦିଆ ଯାଉଛି , ସେହି ଭଳି ଆସାମ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ବଲିଉଡ ର ମିସ୍ଟର ପ୍ରଫେକ୍ସନିଷ୍ଠ ଅମୀର ଖାନ ସାହାଯ୍ୟର ହାତ ବଢ଼ାଇଛନ୍ତି l

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସବା କଲେ ଟୁଇଟ –
ଆସାମ ମୁଖ୍ୟମନ୍ତ୍ରୀ ଗୋଟିଏ ଟୁଇଟ କରିଛନ୍ତି ଓ ସେଥିରେ ସେ ଲେଖିଛନ୍ତି ଯେ ‘ ବଲିଉଡ ଅଭିନେତା ଅମୀର ଖାନ ୨୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରେ ଉଦାରତାର ଯୋଗଦାନ ଦେଇ ଆମର ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଛନ୍ତି l ତାଙ୍କର ଚିନ୍ତା ଓ ଉଦାରତା ପାଇଁ ତାଙ୍କୁ ହାର୍ଦିକ କୃତଜ୍ଞତା l ‘

ଆସାମ ବନ୍ୟାରେ ପାଖାପାଖି ୧୨୬ ଲୋକ ନିଜର ଜୀବନ ହରାଇଛନ୍ତି l ରାଜ୍ୟରେ ୨୫ ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ରହିଛି l ଏହାଦ୍ୱାରା ୭୯ ସଡକ ରେ ଓ ୫ଟି ପୋଲ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି l ଏହି ବନ୍ୟା ଦ୍ୱାରା କେବଳ ମଣିଷ ନୁହନ୍ତି ଜୀବଜନ୍ତୁ ମଧ୍ୟ ନିଜର ଜୀବନ ହରାଇଛନ୍ତି l

ବର୍ତମାନ ଅମୀର ନିଜର ଆଗାମୀ ଚଳଚିତ୍ର ଲାଲ ସିଂ ଚଢ଼ା ରେ ବ୍ୟସ୍ତ ଅଛନ୍ତି l ଏହି ଚଳଚିତ୍ରରେ ତାଙ୍କ ସହିତ କରିନା କପୁର ଅଭିନୟ କରିବାର ନଜର ଆସିବେ l

Leave A Reply