ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷl ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ଙ୍କ ଉପରେ ରେପ୍ ଆରୋପ ଲାଗିଛି l ଏହି ଆରୋପ ତାଙ୍କର ବ୍ୟକ୍ତିଗତ ସଚିବ ପିପି ମାଧବନ ଙ୍କ ବିରୁଦ୍ଧରେ ଲାଗିଛି l ଏହି ଆରୋପ ଜଣେ ଦଳିତ ମହିଳାଙ୍କ ପକ୍ଷରୁ ଲଗା ଯାଇଛି l
ସୋନିଆଙ୍କ ବ୍ୟକ୍ତିଗତ ସଚିବ ଙ୍କ ଉପରେ ଆରୋପ ଲାଗିଛି ଯେ ସେ ଦଳିତ ମହିଳାଙ୍କୁ ଚାକିରୀ ଦେବା ନାଁରେ ରେପ୍ କରିଛନ୍ତି l ପିପି ମାଧବନ ଙ୍କ ବିରୁଦ୍ଧରେ ଚାକିରୀ ସହିତ ବିବାହ କରି ଠକି ଥିବାର ଆରୋପ ଲାଗିଛି l ଏହି ମାମଲା ଦିଲ୍ଲୀ ର ଉତ୍ତମ ନଗର ଥାନା ରେ ଦର୍ଜ ହୋଇଛି l ସୂଚନା ଯୋଗ୍ୟ ଯେ ମହିଳାଙ୍କ ସ୍ୱାମୀ କଂଗ୍ରେସ କାର୍ଯ୍ୟାଳୟ ରେ ହୋର୍ଡ଼ିଂଗ ଲଗାଉ ଥିଲେ ୨୦୨୦ ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇ ଯାଇଥିଲା l ଯାହାପରେ ମହିଳାଙ୍କୁ ଚାକିରୀ ର ମିଥ୍ୟା ପ୍ରରୋଚନା ଦିଆଯାଇ ଥିଲା l
ଜୁନ ୨୬ ତାରିଖରେ ଉତ୍ତମ ନଗର ଥାନା ରେ ବଳାତ୍କାର ଧାରା ଅନୁସାରେ ମାମଲା ଦରଜ ହୋଇଛି ଓ ପୋଲିସ ପକ୍ଷରୁ DDU ଡାକ୍ତରଖାନା ରେ ମହିଳାଙ୍କ ମେଡିକାଲ ଟେଷ୍ଟ କରାଯାଇଛି l