Odisha news

ଆଲିଆ ଭଟ ହେଲେ ଗର୍ଭବତୀ , କଣ୍ଡମ କମ୍ପାନୀର ଟୁଇଟ ହେଲା ଭାଇରଲ

0

ନୂଆଦିଲ୍ଲୀ : କପୁର ପରିବାର କୁ ଖୁବ ଶୀଘ୍ର ନୂତନ ସଦସ୍ୟ ଆସିବାକୁ ଯାଉଛନ୍ତି l ରଣବୀର ଙ୍କ ପତ୍ନୀ ଆଲିଆ ଭଟ ଇନ୍ସଟାଗ୍ରାମ ପୋଷ୍ଟ ରେ ଏହା ସୂଚିତ କରିଛନ୍ତି ଯେ ସେ ମା ହେବାକୁ ଯାଉଛନ୍ତି l ସେ ତାଙ୍କ ସହିତ ରଣବୀର ଙ୍କର ଗୋଟିଏ ଫଟୋ ସେୟାର କରିଛନ୍ତି, ଯେଉଁଠାରେ ସେ ଡାକ୍ତରଙ୍କ ନିକଟକୁ ଯାଇଛନ୍ତି l ଆଲିଆ ଏହି ଫଟୋ ରେ ଗୋଟିଏ ବେଡ଼ ଉପରେ ସୋଇଛନ୍ତି ଓ ଅଲଟ୍ରାସାଉଣ୍ଡ ମେସିନ ଆଡକୁ ଦେଖୁଛନ୍ତି l ଏହି ଫଟୋ ର କ୍ୟାପ୍ସନ ରେ ଥିଲା, ଆମ ସନ୍ତାନ ଖୁବ ଶୀଘ୍ର ଆସିବ l ‘

ଏହାପରେ ସୋସିଆଲ ମିଡିଆରେ ଲୋକମାନେ ଉଭୟଙ୍କୁ ଶୁଭେଚ୍ଛା ବାର୍ତା ଜଣାଇବା ଆରମ୍ଭ କରିଦେଲେ l କଣ୍ଡମ ପ୍ରସ୍ତୁତ କାରି କମ୍ପାନୀ ଡ୍ୟୁରେକ୍ସ ମଧ୍ୟ ଶୁଭେଚ୍ଛା ଜଣାଇବାକୁ ଆଗେଇ ଆସିଥିଲା l ସେ ମଧ୍ୟ ଗୋଟିଏ ମଜାଳିଆ ଢଙ୍ଗରେ ପୋଷ୍ଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲା l

ଡ୍ୟୁରେକ୍ସ ମଧ୍ୟ ଇନ୍ଷ୍ଟଗ୍ରାମ ଓ ଟୁଇଟର ଜରିଆରେ ନିଜର ମଜାଳିଆ ଢଙ୍ଗରେ ଲେଖିଥିଲା ‘ ମେହଫିଲ ମେ ତେରୀ, ହମ ତୋ କ୍ଳିଅରଲି ନେହିଁ ଥେ ‘ l ଏହା ପୂର୍ବରୁ ଯେବେ ରଣବୀର ଆଲିଆ ୧୪ ଅପ୍ରେଲ ରେ ବିଭାହ କରିଥିଲେ ସେତେବେଳେ ମଧ୍ୟ ଡ୍ୟୁରେକ୍ସ ପକ୍ଷରୁ ଗୋଟିଏ ମଜାଳିଆ ପୋଷ୍ଟ କରାଯାଇ ବିବାହ ର ଶୁଭକାମନା ଦିଆ ଯାଇଥିଲା

ଏହି ପୋଷ୍ଟ ଡ୍ୟୁରେକ୍ସ ପକ୍ଷରୁ ହେବାପରେ ସୋସିଆଲ ମିଡିଆରେ ସକ୍ରିୟ ଥିବା ଲୋକମାନେ କମ୍ପାନୀ ର ଏହି ଅନ୍ଦାଜ କୁ ଖୁବ ପସନ୍ଦ କରିଥିଲେ ଓ ନିଜର ମତାମତ ଦେଇଥିଲେ l

Leave A Reply