ସୋର-୨୭/୦୬ : – ସିମୁଳିଆ ଥାନା ଅଡ଼ା ପଞ୍ଚାୟତ ମମିନାବାଜ ଗ୍ରାମର ବାସିନ୍ଦା ବାବୁ ମଳିକଙ୍କ ଝିଅ ଝରଣା ମଳିକ (୧୨) ଆଜି ସକାଳ ସମୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଡ଼ାକୁ ·ଲି ·ଲି ଯାଉଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ବାଇକ୍ ଆରୋହୀଙ୍କ ସାହାଯ୍ୟ ମାଗିଥିଲେ ।
ବାଇକ ଆରୋହୀ ଝରଣାଙ୍କୁ ବାଇକ୍ରେ ବସାଇ ନେଉଥିବା ସମୟରେ ଅଡ଼ା ସମବାୟ ସମିତି ଆଗରେ ବାଇକ୍ରୁ ଖସିପଡ଼ି ଅଚେତ ହୋଇଯାଇଥିଲେ । ଖବର ପାଇ ଅଡ଼ା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚô ଝରଣାକୁ ଉଦ୍ଧାରକରି ଚିକିତ୍ସା ନିମନ୍ତେ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ