Odisha news

ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ଭଦ୍ରକରେ ସ୍ୱାଗତ

0

ଭଦ୍ରକ,୨୭ା୬ :ଭଦ୍ରକ ସହର ସ୍ଥିତ ଆରଡ଼ି ଛକଠାରେ ପୂର୍ବତନ ରାଜ୍ୟ କଂଗ୍ରେସ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଯିର ପୂର୍ବତନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି, ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାକୁଡ଼ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସିମୁଳିଆ ଗସ୍ତ ସମୟରେ କଂଗ୍ରେସ ନେତୃବନ୍ଧ ତାଙ୍କୁ ଆରଡ଼ିଛକଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ବଳରାମ ରାଉତ, ଯୁବନେତା ରିୟାଜ୍ ଖାଁ, ମହମ୍ମଦ ତବରେଜ ଆଲମ୍, ସେକ୍ ଜହିର, ସତ୍ରବ୍ରତ ପଣ୍ଡା, ଲମ୍ବୋଦର ସ୍ୱାଇଁ, ସେକ୍ ତନବୀର, ପାଣ୍ଡବ ଉପାଧ୍ୟାୟ, ଦେବେନ୍ଦ୍ର ସାମଲ, ପ୍ରଶାନ୍ତ ପଣ୍ଡା, ନାରାୟଣ ଜେନା, ରମାକାନ୍ତ ଜେନା ପ୍ରମୁଖ କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Nalco
Leave A Reply