Odisha news

ଆଗରପଡ଼ାରେ ମଧୁମେୟ ସଚେତନ ଶିବିର

0

ଆଗରପଡ଼ା,ତା୨୭/୬ : ଆଗରପଡ଼ା ଅଂଚଳର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପରିଡ଼ାଙ୍କ ସ୍ମୃତି ଉଦେ୍ଦଶ୍ୟରେ ତାଙ୍କ ପୁଅ ଉଦୟ ଶଙ୍କରଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ଡ଼ାଏଟ ନିକଟସ୍ଥ ପଡ଼ିଆରେ ମେଗା ମଧୁମେୟ ରୋଗ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ୩ଶହ ରୋଗୀଙ୍କର ମାଗଣାରେ ଡ଼ାଇବେଟିସ, କୋଲ୍ଷ୍ଟ୍ରେଲ,ସୁଗାର,ଇସିଜି,କିଡ଼ିନୀ ଆଦି ପରୀକ୍ଷା କରାଯାଇଥିଲା । ଡ଼ାକ୍ତର ରଣଜିତ ଖଟୁଆଙ୍କ ତତ୍ୱାବଧାନରେ ମଳୟ,ରଂଜନ,ଉଦୟ,ସତ୍ୟ,ଅଭି,ଶୁଭାଷିସ ,ସୁଧାଂଶୁ,ସରୋଜ ପ୍ରମୁଖ ପରିକ୍ଷା କରିଥିଲେ । ଏହି ଶିବିରକୁ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଉଦ୍ଘାଟନ କରିଥିଲେ । ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ,ମହାନ୍ତିପଡ଼ା ସରପଂଚ ନିହାର ରଂଜନ ପଣ୍ଡା,ସମିତି ସଭ୍ୟ ନିର୍ମଳ ନାୟକ,ଶିକ୍ଷୟିତ୍ରୀ ଲିଲି ପରିଡ଼ା,ସପନ ସିଂହ,ରାମଚନ୍ଦ୍ର ନାୟକ,ମାମୁନ ସିଂହ,ପ୍ରହ୍ଲାଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ଡ଼ାଇବେଟିସ ଫାଉଣ୍ଡେସନ ଓ ସ୍ଥାନୀୟ ଆଂଚଳିକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ମିଳିତ ସହଯୋଗରେ ଆୟୋଜିତ ଏହିପରି କାର୍ଯ୍ୟକ୍ରମକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।

IEC 2 years
Leave A Reply