Odisha news

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ସମେତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିଜେପିରେ ଯୋଗଦାନ

0

 କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ କୁନି ସାହୁ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ
 ନୂଆପଡା ଜିଲ୍ଲାର ୩ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ କୋମନା ବ୍ଲକ ବିଜେଡି ସଭାପତିଙ୍କ ବିଜେପିରେ ଯୋଗଦାନ
 ନୂଆପଡା ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକଙ୍କ ବିଜେପିରେ ଯୋଗଦାନ
ଭୁବନେଶ୍ୱର, ତା.୨୫/୦୭: ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ସମେତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ସିଂହଦେଓଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମହେନ୍ଦ୍ର ରଣା, ଶ୍ରୀମତୀ ଲିଲି ଦୀପ, ଶ୍ରୀ ଜୟସେନ୍ ସାହୁ, ଶ୍ରୀମତୀ ସରିତା ମାଝୀ, ଶ୍ରୀ ଦୟାନିଧି ନାଏକ, ଶ୍ରୀମତୀ ନମ୍ରତା ସାହୁ, ଶ୍ରୀ ଲୋକେଶ ସାହୁଙ୍କ ସମେତ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ ପ୍ରମୁଖ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଆଜିର ମିଶ୍ରଣ ପର୍ବରେ ବିଜେଡିର ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀମତୀ ସୁଷମା ସାହୁ, ମଦନପୁର ଗ୍ରାମ ପଂଚାୟତ ସରପଂଚ ଶ୍ରୀମତୀ କେତକୀ ଦଣ୍ଡିଆ, ରେଗେଡା ସରପଂଚ ଦିପ୍ତୀରାଣୀ ସାହୁ, କଶ୍ରୁପଡା ସରପଂଚ ଅରୁଣ ନାୟକ, ହାତିଖୋଜ ସରପଂଚ ସୁନୀତା କୁମାର, କାଂଟେସିର ସରପଂଚ ମମତା ନାଗ, ପଂଚାୟତ ସମିତି ସଦସ୍ୟ ଶ୍ରୀ ତ୍ରିପୁରା ମାଝୀ, ବିଜେଡି ନେତା ନିଗମାନନ୍ଦ ସାହୁ, ରାମେଶ୍ୱର ସାହୁ, ପ୍ରଫୁଲ୍ଲ ସାହୁ, ବୁଧିରାମ ସାହୁ, ଟିକାଧର ସାହୁ, ଚୈତନ୍ୟ ମାଝୀ, ହରି ଧାରୁଆ, ରାଜେଶ ମାଝୀ, ସୁମନ୍ତ ନାଗ, ପ୍ରଦୀପ ସାହୁ, ଦେବରାଜ ରାଣା, ଅକ୍ଷୟ ସାହୁ, ମହେନ୍ଦ୍ର ଭୋଇ, ବରୁଣ ନାୟକ, ଆର୍ତତ୍ରାଣ ସିଂହ, ସୁଶାନ୍ତ ବାଗ, ବେଲଧର ଭୋଇ, ମିତ୍ରସେନ ଭୋଇ, ବୃନ୍ଦାବନ ସାହୁ, ସଂଗୀତ ଭୋଇ, ଲକ୍ଷପତି ରଣା, ସୁମନ୍ତ ପରିଡା, ଆଇନଜୀବି ଜୟକୁମାର ସିଂହଦେଓ, ନିରଞ୍ଜନ ନନ୍ଦ, ବୁଦ୍ଧିଜୀବି ସୁକ୍ରୁ ରଣା ପ୍ରମୁଖ ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଲ୍ୟବନ୍ତ ସୁନା, ମୁରଲୀଧର ଭୋଇ, ଉମା ଠାକୁର ଏବଂ କୋମନା ବ୍ଲକ ବିଜେଡି ସଭାପତି କ୍ଷମାସିଂହ ନିଆଲ ଓ ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା ସାଧାରଣ ସଂପାଦକ ବୃନ୍ଦାବନ ମହାନନ୍ଦ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ହୋଇପାରିଛି । ଦେଶର ୨୨ ରାଜ୍ୟରେ ବିଜେପି ଏବଂ ଏନ୍ଡିଏ ସରକାର ଅଛି । ଅନେକ ମହାପୁରୁଷଙ୍କ ବଳିଦାନ ଓ କାର୍ଯକର୍ତାଙ୍କ ପ୍ରଚେଷ୍ଠାରୁ ଆଜି ବିଜେପିର ସଙ୍ଗଠନ ମଜଭୁତ୍ ହୋଇଛି । ବିଜେପି ପରିବାର ଦିନକୁ ଦିନ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିଚାଲିଛି । ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ସମାଜର ଶେଷ ସୋପାନରେ ରହୁଥିବା ବ୍ୟକ୍ତି ପାଖରେ ଯେପରି ସବୁ ସୁବିଧା ପହଂଚିପାରିବ ସେନେଇ ବିଜେପି ସରକାର କାମ କରୁଛି । ନୁଆ ଓଡ଼ିଶା ଗଠନରେ ସମସ୍ତେ ଯେପରି ଗୋଟିଏ ଗୋଟିଏ ଧର୍ମପଦ ହେବ ସେନେଇ ସମସ୍ତେ ଉଦ୍ୟମ କରିବା ଦରକାର । ଏଥିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦେଇ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ସାଂସଦ ଶ୍ରୀମତୀ ମାଳବିକା ଦେବୀ ଓ ଶ୍ରୀ ସୁଜିତ କୁମାର, ବିଧାୟକ ସୁଧୀର କୁମାର ପାଟ୍ଟଯୋଶୀ ଓ ଜୟ ଢୋଲକିଆ, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ରାଜ୍ୟ ସଂପାଦକ ସରୋଜ କର, କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ୍ ଓ ଜିଲ୍ଲା ପ୍ରଭାରୀ ଆର୍ତତ୍ରାଣ ମହାପାତ୍ର, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ପୂର୍ବତନ ବିଧାୟକ ହିତେଶ ବଗର୍ତୀ, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ଶିବ ମୁଣ୍ଡ, ଲମ୍ବୋଧର ନିଆଲ, ପ୍ରସନ୍ନ ପାଢୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ।

 

Nalco
Leave A Reply