Odisha news

ଜୁଆ ଆଡାରେ ଚଢାଉ : ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ , ୫ ଗିରଫ

0

ନିରାକାରପୁର , ୨୩/୬:ଖୋର୍ଦ୍ଧା ଜିଲ୍ଲା ନିରାକାରପୁର   ଥାନା ଅନ୍ତର୍ଗତ ନିରାକାରପୁର ହାଟ ବଜାରରେ ଚାଲିଥିବା ଜୁଆ ଆଡ୍ଡାରେ ଚଢାଉ କରି ୫ ଜୁଆଡି ଗିରଫ କରି କୋର୍ଟ ଚାଲାଣ କରିଛି। ହାଟ ବଜାରର ଏକ ଘରେ ଦୀର୍ଘ ଦିନ ହେଲା ଜୁଆ ଖେଳ ହେଉଥିବା ପୋଲିସ ନଜରରେ ଥିଲେ ମଧ୍ଯ ପୋଲିସ ଚଢାଉ ପୂର୍ବରୁ ଜୁଆଡିମାନେ ସତର୍କ ହେଇଯାଉ ଥିଲେ। ଗତକାଲି ପୋଲିସର ସାଂଧ୍ୟ ପାଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୧୧ ଟା ରେ ଉକ୍ତ ଯାଗାରେ ଚଢାଉ କରି ଜୁଆଡି ମାନଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ଗିରଫ ଜୁଆଡିମାନେ ସମସ୍ତେ ନିରାକାରପୁର   ଅଞ୍ଚଳର।    ଘଟଣା ସ୍ଥଳରୁ ପୋଲିସ ପାଂଚ ହଜାର ଚାରିସହ ଟଙ୍କା, ତାସ, ଟର୍ଚ୍ଚ ଲାଇଟ, ପେପର ପାଲ, ୪ ଟି ଖାଲି ମଦ ବୋତଲ, ସିଗାରେଟ ଓ ଡିଆସିଲ ଜବତ କରିଛି। ଆଜି ନିରାକାରପୁର ପୋଲିସ ସେମାନଙ୍କ ନାମରେ ଗ୍ୟାମ୍ବଲିଙ୍ଗ ୩ ଓପିଜି ଦଫା ଲଗାଇ ୧୨୦/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Leave A Reply