Odisha news

ଅନ୍ତ ରାଷ୍ଟ୍ରିୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି ତାଳଚେର ଝିଅ ଶ୍ରିୟା

0

ତାଳଚେର ତା ୨୩/୦୬ ତାଳଚେର ସ୍ଥିତ ଏମସିଏଲର ଅନନ୍ତ ଡିସ୍‌ସ୍ପେନ୍‌ସରୀର ଡାକ୍ତର ତ୍ରିନାଥ ପଣ୍ଡା ଓ ମାତା ମିନତି ପଣ୍ଡାଙ୍କର କନ୍ୟା ଶ୍ରିୟା ପାଠରେ ଯେମିତି ପାରଙ୍ଗମ, ସେହିଭଳି ନୃତ୍ୟକଳାରେ ମଧ୍ୟ । ପିଲାଟି ବେଳରୁ ଶ୍ରିୟାଙ୍କର ନୃତ୍ୟ ପ୍ରତି ଆଗ୍ରହ ଥିବା ବେଳେ ବୟସ ବଢିବା ସାଙ୍ଗକୁତାଙ୍କର ପ୍ରତିଭା ଲୋକଲୋଚନକୁ ଆସିବାରେ ଲାଗିଲା । ବର୍ତମାନ ଶ୍ରିୟା ଦଶମଶ୍ରେଣୀରେ ଛାତ୍ରୀ ତେବେ ଶ୍ରିୟାର ପାଠ ପଢା ସହିତ ଓଡିଶୀ ନୃତ୍ୟ ପ୍ରତି ଆଗ୍ରହ ଦେଖିତାଙ୍କର ପିତାମାତାତାଙ୍କୁ ନୃତ୍ୟ ପ୍ରତି ପ୍ରତ୍ସୋହନା କରିଥିଲେ । ବିଭିନ୍ନ ନୃତ୍ୟ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇବା ପରେ ଶ୍ରିୟା ଜିଲ୍ଲା ତଥା ରାଜ୍ୟର ବହୁ ପ୍ରତିଯୋଗିତାରେ ଭାଗ ନେଇ ଚିତାକର୍ଷକ ନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଥିଲେ । ଗତ ମେମାସ ୨୮ ଓ ୨୯ ତାରିଖରେ ଆନ୍ତର୍ଜାତୀୟ ସ୍ତରରେ ନୃତ୍ୟ ପରିବେଷଣ କରି ଦେଶ ତଥା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିଲେ ।

ତେବେ ଅଷ୍ଟମ ଆନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗିତ ପ୍ରତିଯୋଗିତାରେ ଭାଗନେଇ ନେପାଳର କାଠମାଣ୍ଡୁ ଠାରେ ଚିତାକର୍ଷକ ନୃତ୍ୟ ପରିବେଷଣ କରି ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଯାହାକୁ ନେ ସ୍ଥାନୀୟ ଅଂଚଳରେ ଉସ୍‌ôାହ ଦେଖିବାକୁ ମିଳିଛି । ବିଗତ ଦିନ ମାନଙ୍କରେ ଶ୍ରିୟା ଦେଶର ବିଭିନ୍ନ ରାଜ୍ୟରେ ନୃତ୍ୟ ପରିବେଷଣ କରି ନୃତ୍ୟ ସଂଗଠନ ପକ୍ଷରୁ ପୁରଷ୍କୃତ ହୋଇଥିବା ଦେଖାଯାଇଛି । ବର୍ତମାନ ଶ୍ରିୟା ଭୂବନେଶ୍ୱରର ଏକ ଘରୋଇ ଇଂରାଜୀମିଡିୟମ ସ୍କୁଲରେ ଦଶମଶ୍ରେଣିରେ ପଢୁଥିବା ବେଳେ ଆଗାମି ଦିନରେ ଆହୁରୀ ନୃତ୍ୟର ୁବହୁ କିଛିଶିଖିବା ପାଇଁ ବାକି ରହିଛି ବୋଲି ନୃତ୍ୟାଙ୍ଗନା ଶ୍ରିୟାଶୁଭଦର୍ଶନୀ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply