ତାଳଚେର ତା ୨୩/୦୬ ଆଷାଢ଼ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଇଂ ତା ୦୧/୦୭/୨୦୨୨ରିଖ ଶୁକ୍ରବାର ଦିନ ଜଗତରନାଥ ଜଗନ୍ନାଥ ଶ୍ରୀ ମହାବାହୁଙ୍କର ପ୍ରାୟ ଦୀର୍ଘ ଦୁଇବର୍ଷ ହେବ ମହାମାରୀ କରୋନା ଯୋଗୁଁ ଲୋକେ ଏକତ୍ରିତ ନହେବାପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରଥଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ପୂଜା, ପର୍ବପର୍ବାଣୀ ଗୁଡ଼ିକ ବନ୍ଦ କରାଯାଇଥିବା ବେଳେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପଡ଼ିଥିଲା ପାଚେରୀ । ଚଳିତବର୍ଷ ରଥଯାତ୍ରା ପାଇଁ ତାଳଚେର ଅଂଚଳଟି ଏବେ ଚଳଚଚଂଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଶ୍ରୀ ମହାବାହୁଙ୍କର ଯାତ୍ରା ପାଇଁ ସବୁବର୍ଷ ଭଳି ଏବର୍ଷ ମଧ୍ୟ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୯ଦିନ ବ୍ୟାପି ଭଜନ ସମାରୋହ ଆଯୋଜିତ କରାଯିବ । ପ୍ରଭୂଙ୍କର ଏହି ଯାତ୍ରାକୁ ନେଇ ଗୁଣ୍ଡିଚା ମନ୍ଦିରଟି ଏବେ ରଙ୍ଗ ବେରଙ୍ଗରେ ସୁସଜ୍ଜିତ କରାଯାଉଛି ।
ମାତ୍ର କରୋନା ମହାମାରୀକୁ ନେଇ ଦୁଇବର୍ଷ ହେବ ପ୍ରଭୂଙ୍କର ରଥଯାତ୍ରା ନହୋଇଥିବା ଯୋଗୁଁ ଆଶା କରାଯାଉଛି, ଚଳିତବର୍ଷ ରଥଯାତ୍ରାରେ ମହାବାହୁଙ୍କର ବଡ଼ଦାଣ୍ଡରେ ଦର୍ଶନ କରିବା ଲାଗି ଭକ୍ତ ଭିଡ଼ ପରିଲକ୍ଷିତ ହେବ । ତାଳଚେରର ଏହି ରଥଯାତ୍ରାରେ ଉଠା ଦୋକାନ, ମନୋହରି, ବିଭିନ୍ନ କିସମର ଖେଳନା, ଦୋଳି ଏବଂ ୯ଦିନ ବ୍ୟାପି ଗୁଣ୍ଡିଚା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ପ୍ରଭୂଙ୍କର ଏହି ଯାତ୍ରାକୁ ଭକ୍ତ ଉପଭୋଗ କରିବା ସହ ଭାବବିହ୍ୱଳ ହୋଇପଡ଼ିବେ । ତେଣୁ ଏହାକୁ ଆଖି ଆଗରେ ରଖି ପୋଲିସ୍ ଓ ପ୍ରଶାସନ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । କିନ୍ତୁ ପରିତାପର ବିଷୟ ତତାଳଚେର ଫାଷ୍ଟଗେଟ୍ ଠାରେ ଥିବା ବହୁପୂରାତନ ତାଳଚେର ଅଂଚଳର ଶୋଭାବର୍ଦ୍ଧନ କରୁଥିବା ବିଭିନ୍ନ କାରୁକାର୍ଯ୍ୟରେ ନିର୍ମିତ ଗେଟଟି ଅଦ୍ୟାବଧି ସଜଡ଼ା ଯାଇନାହିଁ ସ୍ଥାନୀୟ ପ୍ରଶାସନ ପାଖରେ ଏପରିକି, ଅର୍ଥ ଅଭାବରୁ ସମ୍ଭବତଃ ରଙ୍ଗଟିକେ ମଧ୍ୟ ଲାଗିପାରିନଥିବା ତାଳଚେର ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।