Odisha news

ବେଆଇନ କରତକଳ ଉପରେ ବଡ଼ଧରଣର ଚଢାଉ : ଦୁଇଟି ଗାଡି, ବହୁ ଲକ୍ଷଟଙ୍କା ମୂଲ୍ୟର ଯନ୍ତ୍ରପାତି,କାଠ ଜବତ

0

ଧାମନଗର/ଦୋବଲ, ତା୨୧ା୬ : ଧାମନଗର ଅଂଚଳରେ ବେଆଇନ କରତକଳ ମଧ୍ୟରୁ ଆଜି ଦୁଇଟି ରେ ବଡ଼ ଧରଣର ଚଢାଉ କରାଯାଇଥିବାବେଳେ ଦୁଇଟି ଗାଡ଼ି ସମେତ ପ୍ରାୟ ତିରିଶ ଲକ୍ଷ ଟଙ୍କା ମୂଲ୍ୟର ଯନ୍ତ୍ରପାତି ଓ କାଠ ଜବତ କରାଯାଇଛି । ଖବର ନେବାରୁ ଜଣା ଯାଇଛି ଯେ ଧାମନଗର ସଦର ଓ ଦିହୁଡିଆନନ୍ଦପୁର ଅର୍ନ୍ତଗତଃ ଖଡିପଦା ପଂଚାୟତର ଉତେଇପୁରଠାରେ ରଘୁନାଥ ପୃଷ୍ଟିଙ୍କ ବାଡ଼ିରେ ଥିବା ଚୋରା କରତକଳ ଚାଲିଥିବା ଦୁଇଟି କରତକଳ ଉପରେ ଆଜି ଏକ ସମୟରେ ଚଢାଉ କରାଯାଇଥିଲା ।

ସେମାନଙ୍କ କରତକଳ ବିଦ୍ୟୁତ୍ ମୋଟର, ବେଲ୍ଟ , କରତ, ହ୍ୱିଲ ଆଦି ଯନ୍ତ୍ରପାତି, ୨୩୧ ସିଏଫ୍ ଟି ଶାଗୁଆନ୍ , ଆକାଶିଆ , ଲିମ୍ୱ, ଶିରିସ ଆଦି କାଠ ଜବତ କରାଯାଇଥିବାବେଳେ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ପିକଅପ୍ ଗାଡ଼ି ଜବତ କରା ଯାଇଛି । ଏହି ଚଢାଉରେ କଟକ ଭିଜିଲାନ୍ସ ଡି ସି ଏଫ୍ ରଜନୀକାନ୍ତ ମହାନ୍ତି , ବାଲେଶ୍ୱର ଏସିଏଫ୍ ତପନ କୁମାର ପରିଡା , ଭଦ୍ରକ ଡି ଏସ୍ ପି ସନ୍ତୋଷ କୁମାର ସାମନ୍ତରାୟ , ଭଦ୍ରକ ରେଞ୍ଜ ଅଫିସର ରଞ୍ଜିତ ମହାନ୍ତି , ଧାମନଗର ରେଞ୍ଜ ଅଫିସର କୁଶ ଚରଣ ସିଂ ,ଭଦ୍ରକ ବନ୍ୟପ୍ରାଣୀ ବନାଞ୍ଚଳ ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ

Nalco
Leave A Reply