Odisha news

ଦରମା ପାଇବା ଦାବିରେ ସିଡିଏମଓ ଅଫିସ ଘେରାଓ

0

ଭଦ୍ରକ, ତା୨୧ା୬ : ଭଦ୍ରକ ଜିଲ୍ଲାରେ କୋଭିଡ୍ ସମୟରେ ଲୋକମାନଙ୍କୁ ଭେକସିନ ଦେଉଥିବା ଏଏନଏମ କର୍ମଚାରୀ ମାନେ ଦୀର୍ଘ ମାସ ହେବ ଦରମା ପାଇ ନଥିବାରୁ ସେମାନେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । କେବଳ ସେଠିକି ନୁହେଁ ମେଡିକାଲରେ ଡାଟାଏଣ୍ଟି୍ର ଅପ୍ରେଟରମାନେ ବି ଦରମା ପାଇନାହାନ୍ତି । ଅନ୍ୟପଟେ ଏଏନଏମ କର୍ମଚାରୀମାନେ କୋଭିଡ଼ି ଭେକସିନ ନେଇ ଗାଁ ଗାଁ ରେ ବୁଲି ଭେକସିନ ଦେଇଥିଲେ ମଧ୍ୟ ଠିକ ଟାଇମରେ ଦରମା ମିଳିପାରିନାହିଁ । ବାରମ୍ବାର ବିଭାଗୀୟ ଅଧିକାରୀ ଜଣାଇଥିଲେ ମଧ୍ୟ କେହି ଶୁଣି ନ କହିଛନ୍ତି ଇଘଗ କର୍ମଚାରୀ ।

ଅନ୍ୟପଟେ ୨ ମାସ ହେବ ୧୯୭ ଜଣ ଆଶାକର୍ମୀ କର୍ମଚାରୀ ମାନେ ଦରମା ପାଇ ପାରୁ ନାହାନ୍ତି । ସେହିପରି ଜନ୍ମ ସାର୍ଟିଫିକେଟ ବି ଠିକ ସମୟରେ ପାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆଶାକର୍ମୀମାନେ । ଯାହାକୁ ନେଇ ସେମାନେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ କରିଛନ୍ତି । ସେମାନେ ଦାବି କରିଛନ୍ତି ତାଙ୍କୁ ତୁରନ୍ତ ଦରମା ପ୍ରଦାନ କରାଯାଉ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଖବର ପାଇ ଆନେ୍ଦାଳନ କାରି ଆଶାକର୍ମୀ ଓ ଏଏନଏମଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ତୁରନ୍ତ ଦରମା ପ୍ରଦାନ କରାଯିବା ନେଇ ପ୍ରତିଶୃତି ଦେବା ପରେ ସେମାନେ ଆନେ୍ଦାଳନରୁ ଓହରିଥିଲେ ।

Nalco
Leave A Reply