Odisha news

କମାଗୁରୁ ଗ୍ରାମରେ ପୋଲିସର ଚଢ଼ାଉ ୨୦ଲିଟର ଦେଶୀବିଦେଶୀ ମଦ ଜବତ ଜଣେ ଗିରଫ

0

ନିରାକାରପୁର, ୧୯/୬: ଜଂକିଆ ଥାନା ଅନ୍ତର୍ଗତ କମାଗୁରୁ ଗାଁ ରେ ପୋଲିସ ର ଚଢ଼ାଉ ୨୦ଲିଟର ଦେଶୀବିଦେଶୀ ମଦ ସହିତ ଜଣେ ବେପାରୀ ଗିରଫ।କମାଗୁରୁ ଗାଁ ଠାରେ ଦିର୍ଘ୍ୟଦିନ ହେବ ଏକ କ୍ୟାବିନରେ ଚୋରା ମଦ କାରବାର ବହୁଳ ଭାବରେ ଚାଲିଥିବା ସଂମ୍ପର୍କରେ ପୋଲିସ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ।ଆଜି ଅଚାନକ ପୋଲିସ କମାଗୁରୁ ଗାଁରେ ଚଢାଉ କରି ଜଣଙ୍କୁ ଗିରଫ କରିଛି।ଗିରଫ ବେପାରୀ ଜଣଙ୍କ ହେଲେ କମାଗୁରୁ ଗ୍ରାମର ମୋହନ ରଣସିଂହ।ମଦ ବେପାରୀ ଠାରୁ ୨୦ଲିଟର ଦେଶୀବିଦେଶୀ ମଦ ଜବତ କରିଛି ପୋଲିସ।ଚୋରା ମଦ ବେପାରୀ ଜଣଙ୍କ ପୂର୍ବରୁ ଅନେକଥର ଚୋରା ମଦ କାରବାର ଘଟଣାରେ ଗିରଫ ହୋଇ ଜେଲ।ଯାଇଛି।ମଦ ବେପାରୀ ଜଣଙ୍କ ନାମରେ ଥାନାରେ ୨୨୮/୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ।

Nalco
Leave A Reply