Odisha news

ବାଲିପାଟଣା : ୪ ପଞ୍ଚାୟତରେ ମକ୍ ଡିଲ୍ ଅନୁଷ୍ଠିତ

0

ବାଲିପାଟଣା, ୧୯ ।୬  ): ବାଲିପାଟଣା ବ୍ଲକର ୪ଟି ଗ୍ରାମ ପଞ୍ଚାୟତରେ ପ୍ରକୃତିକ ବିପର୍ଯ୍ୟୟ କୁ ସାମ୍ନା କରିବା ସହ ବିପଦରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ମକ୍ ଡିଲ୍ ଅନୁଷ୍ଠିତ ହୋଇଛି । ବନ୍ୟା ବାତ୍ୟା ଭଳି ପ୍ରକୃତିକ ବିପର୍ଯ୍ୟୟ ବାଲିପାଟଣା ବ୍ଳକ କୁ କ୍ଷତିଗ୍ରସ୍ତ କରୁଛି । ଏହି ସମୟରେ ଧନ ଜୀବନ ହାନି ହେବାର ଯଥେଷ୍ଟ ସମ୍ଭାବନା ଥାଏ । ପ୍ରକୃତିକ ବିପର୍ଯ୍ୟୟ ସମୟରେ କିପରି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ନେଇ ପ୍ରତ୍ୟକ୍ଷ ଭାବେ ମକଡିର୍ ରେ ଦର୍ଶାଯାଇଛି । ଉଦ୍ଧାରକାରୀ ଦଳ ସତକର୍ତ୍ତା ସହ ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର  କରିଥିଲେ ।

ଏହା ସହ ଉଦ୍ଧାରକାରୀ ଦଳଙ୍କର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ବାଲିପାଟଣା ବ୍ଳକର ରାଜସ ଗ୍ରାମ ପଞ୍ଚାୟତର ଗରିଆ , କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର କୁରୁଞ୍ଜିପୁର ଗ୍ରାମ, ଗୁଆପୁର ଗ୍ରାମ ପଞ୍ଚାରତ ର ପୁବାଗତ ଏବଂ ନରିଶୋ ଗ୍ରାମ ପଞ୍ଚାୟତର କଣ୍ଟାପଡ଼ା ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳରେ ଏହି ମକଡିଲ୍ ଅନୁଷ୍ଠିତ ହୋଇଛି । ଉପସ୍ଥିତ ଲୋକଙ୍କୁ ବିପଦ ସମୟରେ କିପରି ସତର୍କ ରହିବେ ସେ ନେଇ ସଚେତନ କରାଯାଇଥିଲା । ଗରିଆ ଠାରେ ଭୁବନେଶ୍ଵର ଉପ-ଜିଲ୍ଲାପାଳ ଦେବବ୍ରତ ସାହୁ , osDMA ଅଧିକାରୀ ସୁନିତା ଜେନା , ବାଲିପାଟଣା ଅଗ୍ନିଶମ ଅଧିକାରୀ ସନ୍ତୋଷ ସ୍ଵାଇଁ, ବାଲିପାଟଣା ବିଡିଓ ଆଦିକନ୍ଦ ବେହେରା, ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ, ଆପାତକାଳିନ ସେବା ର କର୍ମଚାରୀ ସଂଗ୍ରାମ କେଶରୀ ଦାଶ ଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ ।

Nalco
Leave A Reply