Odisha news

ବଜ୍ରାଘାତ ରେ ୪ ଜଣଙ୍କ ମୃତ୍ୟୁ, ଜଣେ ମହିଳା ଗରୁତର

0
ନୂଆପଡା୧୯/୬ :   କୋମନା ଥାନା ଦେଓଧରା ପଞ୍ଚାୟତ ମଲିକମୁଣ୍ଡା ଠାରେ ଆଜି ଅପରାହ୍ନ ପ୍ରାୟ ଦୁଇ ଟା ସମୟରେ ହଠାତ  ବଜ୍ରାଘାତ ରେ ବାପା ପୁଅ ସମେତ ଦୁଇ ସମ୍ପର୍କୀୟ ମିଶାଇ ୪ ଜଣଙ୍କ ମୃତ୍ୟୁ ହୋଇଅଛି।  ଜଣେ ମହିଳା ଗୁରୁତ୍ବର ରୂପେ ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ  କୋମନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଚିତକିତ୍ସା ପାଇଁ  ଆଡ଼ମିଟ କରାଯାଇଛି। ଆଜି ମଲ୍ଲିକମୁଣ୍ଡା ଗ୍ରାମ ରେ ନିଜ ଘରକୁ ବର୍ଷା ପୂର୍ବରୁ ଆଜବେଷ୍ଟର ଲଗାଉ ଥିବା ବେଳେ ହଠାତ ପାଣିପାଗ ବଦଳି ଯାଇ ବର୍ଷା  ଏବଂ ବିଜୁଳି ମାରିଥିଲା। ଘଟଣା ସ୍ଥଳରେ ବଜ୍ରଘାତ ରେ ୪ ପୁରୁଷଙ୍କ ମୃତ୍ୟୁ ହୋଇଅଛି।ମୃତ୍ୟୁ ମଧ୍ୟରେ ବାପା ତୀର୍ଥ ନାଗ ୬୦ବର୍ଷ , ପୁଅ  ଚୁଡାମଣି ନାଗ ୨୩ ବର୍ଷ ,ମୃତ୍ୟୁ ହୋଇଥିବା। ବେଳେ ଦୁଇ ସମ୍ପର୍କୀୟ ଗୁସାଗର ନାଗ ୧୫ ବର୍ଷ ଏବଂ ଲକ୍ଷ୍ମଣ ନାଗ ୨୮ ବର୍ଷ ମଧ୍ୟ ବ୍ରଜଘାତ ରେ ମୃତ୍ୟୁ ହୋଇଅଛି। କୋମନା ଡାକ୍ତରଖାନାରେ ଗୁରୁତ୍ବର ମହିଳା  ମିଥିଲା ନାଗ ଆଡ଼ମିଟ ଅଛନ୍ତି।
Nalco
Leave A Reply