ଜମନକିରା,୧୯/୬: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଥିବା ୩ଟି ଲ୍ୟାମ୍ପସ ରେ ଆଜି ଭୋଟ ପ୍ରଦାନ ହୋଇଥିବା ବେଳେ ୫୪.୩୩ ପ୍ରତିଶତ ଭୋଟର ତାଙ୍କ ମତ ସାଵସ୍ତ୍ୟ କରିଛନ୍ତି। ଜମନକିରା ଲ୍ୟାମ୍ପସରେ ମୋଟ ଭୋଟର ସଂଖ୍ୟା ୨୮୯୦ ଥିବା ବେଳେ ଆଜି ୫୨ ପ୍ରତିଶତ ୧୫୨୦ ଜଣ ସଭ୍ୟ ଭୋଟ ଦେଇଛନ୍ତି। ଫାଶିମାଲ ଲ୍ୟାମ୍ପସରେ ୧୬୬୫ ଜଣ ମତଦାତା ଥିବା ବେଳେ ୫୯ ପ୍ରତିଶତ ୯୭୭ ଜଣ ତାଙ୍କ ଭୋଟ ଦେଇଛନ୍ତି। ସେହିପରି କୁଲୁଣ୍ଡୀ ଲ୍ୟାମ୍ପସରେ ମୋଟ ୧୧୨୧ ଜଣ ଥିବା ବେଳେ ଆଜି ୫୨ ପ୍ରତିଶତ ୫୮୦ ଜଣ ତାଙ୍କ ଭୋଟ ଦେଇଛନ୍ତି। ମୋଟାମୋଟି ୩ଟି ଲ୍ୟାମ୍ପସରେ ୫୬୭୭ ଜଣ ସଭ୍ୟ ଥିବା ବେଳେ ଆଜି ୫୪.୩୩ ପ୍ରତିଶତ ୩୦୭୭ ଜଣ ଭୋଟର ତାଙ୍କ ମତ ସାବ୍ୟସ୍ତ କରିଛନ୍ତି। ଜମନକିରା ରେ ମୋଟ ୩୬ ଜଣ ପ୍ରତିଦ୍ବନ୍ଦୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଫାଶୀମାଲ ରେ ୨୮ ଏବଂ କୁଳୁଣ୍ଡୀରେ ମୋଟ ୨୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ। ଖବର ଲେଖା ଯିବା ପର୍ଯ୍ୟନ୍ତ କେବଳ ଫାଶୀମାଲ ଲ୍ୟାମ୍ପସର ନିର୍ବାଚନ ଫଳ ପ୍ରକାଶ ପାଇଛି।
