ବାରିପଦା : ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତର ବିଚାରପତି ସୁମିତା ଜେନା ବିଚାରକରି ଅଭିଯୁକ୍ତ ସୁକୁରା ସିଂ(୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୩ହଜାରଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୪ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।
ଘଟଣାରୁ ପ୍ରକାଶ ଯେ, ୨୦୧୫ ମସିହା ଜୁନ୍ ମାସ ୨୭ତାରିଖ ଦିନ ଜନୈକା ନାବାଳିକା ଘରେ ଏକୁଟିଆ ଥିବା ସୁଯୋଗ ପାଇ ଝାରପୋଖରିଆ ଥାନା ଅଞ୍ଚଳର ସୁକୁରା ସିଂ ତାଙ୍କୁ ଜିଆଣିବନ୍ଧ ନିକଟକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଉକ୍ତ ନାବାଳିକା ଗୁରୁତର ଅବସ୍ଥାରେ ବନ୍ଧ ନିକଟରେ ଏକୁଟିଆ ପଡିଥିବା ଦେଖି ସ୍ଥାନୀୟ ଲୋକେ ନାବାଳିକାଙ୍କ ଖୁଡୀଙ୍କୁ ଜଣାଇବା ସହ ତାଙ୍କୁ ଘରକୁ ନେଇ ଛାଡିଥିଲେ ।
ପରେ ନାବାଳିକାକୁ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଏନେଇ ନାବାଳିକା ପରିବାର ପକ୍ଷରୁ ଝାରପୋଖରିଆ ଥାନାରେ ଅଭିଯୋଗ କ୍ରମେ ୮୭/୧୫ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୁକୁରାଙ୍କୁ ଗିରଫ କରାଯାଇଥିଲା । ଶନିବାର ୧୬ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ତତ୍ ସଙ୍ଗେ ସଙ୍ଗେ ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୪ଲକ୍ଷଟଙ୍କା ଆଇନ୍ ସହାୟତା କର୍ତ୍ତୃପକ୍ଷ ପୈଠ କରିବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।