Odisha news

ଅଗ୍ନିପଥ ସ୍କିମକୁ ବିରୋଧ କରି ଶହ ଶହ ଯୁବକ ଆରଡିସି କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ

0

ବ୍ରହ୍ମପୁର;୧୮/୬/୨୨ କେନ୍ଦ୍ର ସରକାରଙ୍କ  ସେନା ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ସ୍କିମ ଘୋଷଣା ହେବାଠାରୁ ସାରା ଦେଶରେ ଆର୍ମି ପାଇଁ  ପ୍ରସ୍ତୁତ ହେଉଥିବା ଯୁବକ ମାନେ ବିରୋଧ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।
ତେବେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ମଧ୍ୟ ଏହାର ପ୍ରଭାବ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ବ୍ରହ୍ମପୁର ମେଡିକାଲ ଗ୍ରାଉଣ୍ଡରୁ ଶହ ଶହ ଆର୍ମି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଯୁବକ ଆଜି ବିରାଟ ପଟୁଆରରେ ରାଲି କରି ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଅଗ୍ନିପଥ ସ୍କିମକୁ ବିରୋଧରେ ନାରା ଦେଇଥିଲେ ।

ଗଞ୍ଜାମର ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଥିବା ଏନସିସି ସି ସାର୍ଟିଫିକେଟ୍  ଯୁବକ ମାନଙ୍କ କେବଳ ଚାକିରି ଅର୍ଡର ପାଇବାର ବାକିଥିଲେ, ଓ ଅନେକଙ୍କ ଫିଜିକାଲ ରେ ମଧ୍ୟ ଉତୀର୍ଣ  ହୋଇସାରିଥିଲା, ଏଭଳି ବିଭିନ୍ନ ବର୍ଗର ଯୁବକମାନେ ନିଜ କ୍ୟାରିୟର ନଷ୍ଟ ହୋଇଯାଇଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଚାରିବର୍ଷିଆ ଅଗ୍ନି ପଥ ସ୍କିମ ଓ ଟିଓଡି କୁ ରଦ୍ଦ କରିବା ସହ ବାତିଲ ହୋଇଥିବା ସମସ୍ତ ପରୀକ୍ଷାକୁ ତୁରନ୍ତ କରିବା ପାଇଁ ଦାବି କରିଥିଲେ।
ଛାତ୍ର ନେତା ଇଜୁ ଅମିନ ଖାନଙ୍କ ନେତୃତ୍ୱରେ  କାମରାଜୁ ରେଡି, ଅମିତ କୁମାର ସାହୁ, ବିଚିତ୍ରନନ୍ଦ ପ୍ରଧାନ,

Leave A Reply