ସଫଳତାର ପୁଞ୍ଜି : ଶାସ୍ତ୍ର ଅନୁସାରେ ଗଧ ନିକଟରୁ ଏହି ୩ଟି କଥା ଶିଖିବା ନିହାତି ଜରୁରୀ, କଦାପି ଜୀବନରେ ଅସଫଳ ହେବେ ନାହିଁ
ଶିଖିବାର କୌଣସି ବୟସ ନଥାଏ l ଘରର ବୟସ୍କ ଲୋକମାନେ ଏପରି ହୋଇ ଥାଆନ୍ତି ଯିଏ କି ଆମକୁ ପ୍ରତି ମୁହୁର୍ତରେ ଆମକୁ କିଛି ଶିକ୍ଷା ଦେଇ ଥାଆନ୍ତି l ଯେଭଳି ଆମେ ମଣିଷ ମାନଙ୍କ ପାଖରୁ ଆମେ କିଛି ନା କିଛି ଶିଖି ଥାଉ, ସେହିଭଳି ଆମେ ପଶୁ ପକ୍ଷୀଙ୍କ ନିକଟରୁ ମଧ୍ୟ କିଛିଟା ଶିଖିବା ଉଚିତ l ସଫଳତାର ପୁଞ୍ଜି କହୁଛି ଯେ ପୃଥିବୀରେ ଏମିତି କେହିବି ନାହାନ୍ତି ଯାହାଠାରୁ ଆମେ କିଛି ନଶିଖିବା l
ସଫଳତାର ପୁଞ୍ଜି କହୁଛି ଜୀବନ ରେ ସଫଳ ହେବା ପାଇଁ ଗଧ ନିକଟରୁ ଏହି ୩ଟି କଥା ଶିଖିବା ଉଚିତ –
* ସନ୍ତୁଷ୍ଟ ରହିବା –
ଯାହା ପ୍ରାପ୍ତ ଅଟେ, ତାହା ପର୍ଯ୍ୟାପ୍ତ ଅଟେ l ଏହା ଗୋଟିଏ ସୁଖୀ ଜୀବନ ବଂଚିବାର ଗୋଟିଏ ବଡ଼ ମନ୍ତ୍ର l ଯାହା ଆମ ନିକଟରେ ରହୁଛି ତାହା ଆମେ ସେତିକି ରେ ଖୁସି ରହିବା ଜରୁରୀ l ଲୋଭ କରିବା ଉଚିତ ନୁହେଁ, କାରଣ ଲୋଭ ଯୋଗୁଁ ଜିବନର ସମସ୍ତ ସୁଖ ଶାନ୍ତି ନଷ୍ଟ ହୋଇଯାଏ l
* ଆଳସ୍ୟ ତ୍ୟାଗ କର –
ଯଦି କୌଣସି ବ୍ୟକ୍ତି ବୁଦ୍ଧିମାନ ହେବା ସହିତ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବାକୁ ଚାହୁଁଛନ୍ତି ତେବେ ଆଳସ୍ୟ ତ୍ୟାଗ କରିବା ଉଚିତ l ଯେପରିକି ଗଧ ଯେତେ ପରିଶ୍ରମ କରିବା ପରେ ମଧ୍ୟ ବୋଝ ଭାର ବୋହି ଚାଲିଥାଏ l କିନ୍ତୁ ମନୁଷ୍ୟ ଆଳସ୍ୟ ଯୋଗୁଁ ନିଜର କାମ ଏଡାଇ ଚାଲିଥାଏ l
* ଥଣ୍ଡା ଗରମ କୁ ଭୃକ୍ଷେପ କରିବା ଉଚିତ –
ଗୋଟିଏ ଗଧ କୁ ଶୀତ କିମ୍ବା ଖରାର ଫରକ ପଡି ନଥାଏ l ସେ ପ୍ରକୃତି ସହିତ ନିଜକୁ ଚଳାଇ ନେଇଥାଏ l ମଣିଷ ମଧ୍ୟ ସେହିଭଳି ହେବା ଉଚିତ, କାରଣ ମଣିଷ ସାମାନ୍ୟ ଖରା ଓ ଶୀତ କୁ ଭୟକରି ଆଳସ୍ୟ ଭାବି ଦେଖାଇବ ତେବେ ତା ଜୀବନ ରେ କଦାପି ସଫଳତା ଲାଭ କରିବ ନାହିଁ l ତେଣୁ ସର୍ବଦା ଜାଣି ରଖିବା ଉଚିତ ଯେ କର୍ମ ସବୁଠୁ ବଡ଼ ଗୁରୁ l