Odisha news

ଓଜେୟୁ ପକ୍ଷରୁ ନାରଦ ଜୟନ୍ତୀ ପାଳିତ, ୩ ଜଣ ସାମ୍ବାଦିକଙ୍କୁ ନାରଦ ସମ୍ମାନ-୨୦୨୨ ପ୍ରଦାନ

0

କୁଚିଣ୍ଡା,୧୯/୦୫: ଓଡିଶା ସାମ୍ବାଦିକ ସଂଘ ( ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ କୁଚିଣ୍ଡା ଆଦିବାସୀ ଭବନରେ ବିଶ୍ୱ ବ୍ରାହ୍ମIଣ୍ଡ ଆଦ୍ୟ ତଥା ଶ୍ରେଷ୍ଠ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି I ଜିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱ ଏବଂ ଜିଲ୍ଲା କମିଟିର ଉପଦେଷ୍ଟା ସୁବାଷ ଚନ୍ଦ୍ର ନାୟକଙ୍କ ପରିଚାଳିତ ଏହି ଉତ୍ସବରେ ସମ୍ବଲପୁର ଜିଲ୍ଲା ପରିଷଦ ସଭାନେତ୍ରୀ ଶ୍ରୀମତୀ କୁମଦିନି ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ସେ ସାମ୍ବାଦିକ ମାନେ ପ୍ରକୃତ ସମାଜର ମଙ୍ଗଳ ପୂର୍ବକ କାର୍ଯ୍ୟ କରୁଥିବା ବେଳେ ସେମାନେ ସମ୍ବାଦ ଗ୍ରହଣ କରିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏଥିସହ ଆର୍ଥିକ ସ୍ଥିତି ମଧ୍ୟ ଖରାପ ରହିଛି, ଦରମା ଭତ୍ତା କିଛି ନପାଇ ମଧ୍ୟ ଲୋକଙ୍କ ସେବା କରି ଆସୁଛନ୍ତି। ସେମାନଙ୍କ ପାଇଁ ସରକାର ଏବଂ ପ୍ରଶାସନ ପାଖରେ ପହଞ୍ଚି ସମାଧାନର ବାଟ ବାହାର କରିବି ବୋଲି କାର୍ଯକାରୀ ସଭାପତି ଶ୍ରୀ ଦାନିଙ୍କ ବକ୍ତବ୍ୟ ଉପରେ ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜ କିଶୋର ମିଶ୍ର ଯୋଗ ଦେଇ ପୁରାଣ କାଳରେ ଦେବାର୍ଷି ନାରଦ କେବେ ମିଥ୍ୟାର ଆଶ୍ରୟ ନେଇ ନ ଥିଲେ I ସମସ୍ତ ଅପବାଦ ମୁଣ୍ଡାଇ ମଧ୍ୟ ଧର୍ମ ଓ ସତ୍ୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଥିଲେ I

ଏବେକାର ସାମ୍ବାଦିକ ଏବେ ସତ୍ୟ ପ୍ରତିଷ୍ଠା କରିବାରେ ବହୁ ସମସ୍ୟା ଥିଲେ ଵି ଏହି ପଥକୁ ଅନୁସରଣ କରିବେ ବୋଲି ତାଙ୍କ ବକ୍ତ୍ୟବରେ ସେ ପ୍ରକାଶ କରିଥିଲେ I ସମ୍ମାନୀୟ ଅତିଥି ଭାବେ ଲାଇକେର ତଥା କୁଚିଣ୍ଡା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ସରୋଜ ପଟ୍ଟନାୟକ,କୁଚିଣ୍ଡା ବରିଷ୍ଠ ନାଗରିକ ସଂଘ ର ସମ୍ପାଦକ ଚିନ୍ତାମଣି ଚୌଧୁରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀ, ସାଧୁ କେଶବ ବାବା, ରବୀନ୍ଦ୍ର ମଲ୍ଲିକ, ସାଲେକରାମ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଜିଲ୍ଲାର କାର୍ଯ୍ୟକାରୀ ସଭାପତି ରବୀଦ୍ର ପ୍ରସାଦ ଦାନୀ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେଇ ସମ୍ବାଦ ସଂଗ୍ରହରେ ପ୍ରଶାସନର ସହଯୋଗ, ଦରମା, ପେନସନ, କାର୍ଯ୍ୟ କରୁଥିବା ଅନୁଷ୍ଠାନ ପକ୍ଷରୁ ପାରିତୋଷିକ, ସିକୃତି ପାଇଁ ପ୍ରସ୍ତାବ ଗ୍ରହଣ କରିବା ସହ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ I

ଏହି ଅବସରରେ ପ୍ରଦୀପ ମାହକୁଲ ଏବଂ ବିଜୟାନନ୍ଦ ସାହୁଙ୍କୁ ପ୍ରାଥମିକ ସଦସ୍ୟ ରୂପେ ଗ୍ରହଣ କରାଯାଇଥିଲା। ସାଧାରଣ ସମ୍ପାଦକ ସରୋଜ ସାହୁ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ କୁଚିଣ୍ଡା ଶାଖା ପକ୍ଷରୁ ପ୍ରଦୀପ କୁମାର ମହାକୁଡ଼ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ଏହି ଅବକାଶରେ ୩ ଜଣ ବରିଷ୍ଠ ସାମ୍ବାଦିକ ଯଥା ବିରଞ୍ଚି ନାରାୟଣ ଦର୍କା, ବୁଦ୍ଧଦେବ ମହାପାତ୍ର ଏବଂ ସନ୍ତୋଷ କୁମାର ଶୁକ୍ଲାଙ୍କୁ ନାରଦ ସମ୍ମାନ-୨୦୨୨ ପ୍ରଦାନ ପୂର୍ବକ ଉପଢୌକନ, ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ମାନପତ୍ର ଗୁଡିକ ସାମ୍ବାଦିକ ରାଜା ଖାନ,ସରୋଜ ପଟ୍ଟନାୟକ ଏବଂ ବିଜୟାନନ୍ଦ ସାହୁ ପଠନ କରିଥିଲେ I ସମ୍ବର୍ଦ୍ଧିତ ପ୍ରତିଭା ଗଣ ମଧ୍ୟ ତାଙ୍କ ଅଭିମତ ପ୍ରଦାନ ସହ ସମ୍ମାନ ପ୍ରଦାନ କରିଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ I ଶେଷରେ ଡ଼.ରାଜାରାମ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସାହେବ ପ୍ରଧାନ, ଟୁନା ସାମଲ, ଅଶୋକ ପଟେଲ,ରମେଶ ପ୍ରଧାନ, ରାଜା ଖାନ, ବିଜୁ ସାହୁ, ନୃପଲାଲ ଦେବ,ଲିପନ ନାୟକ, ସରୋଜ ମେହେର,ଲିପନ ସାହୁ,ମନୀଷ ତିୱାରୀ, ନରେନ୍ଦ୍ର ସାହୁ, ଅଶୋକ କୁମାର ପଟେଲ, ଜିତେନ୍ଦ୍ର ମୁଦୁଲି, ଅକ୍ଷୟ କୁମାର ଦେହୁରୀ ପ୍ରମୁଖ ସାମ୍ବାଦିକ ମାନେ ଯୋଗଦାନ ଦେଇ ମତ ସାବସ୍ତ୍ୟ କରିଥିବା ବେଳେ ବହୁ ସାମ୍ବାଦିକ, ନର୍ସିଂ କଲେଜର ଛାତ୍ରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

Leave A Reply