Odisha news

ମହିଳା ଜନ ପ୍ରତିନିଧିଙ୍କୁ ଦକ୍ଷତା ବୃଦ୍ଧି ତାଲିମ

0
ଜମନକିରା,୧୯/୫: ଜମନକିରା ପଞ୍ଚାୟତ ରାଜିବ ଭବନରେ ତ୍ରିଦିବସୀୟ ମହିଳା ଜନ ପ୍ରତିନିଧିମାନଙ୍କ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଗତ ମଙ୍ଗଳବାର ରୁ ତାଲିମ ଶିବିର ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି। ତିନି ଦିନିଆ ତାଲିମ ଶିବିରରେ ଜମନକିରା, ବଡ଼ରମା, ଟିକିଲିପଦା, କସଡା ଓ କଟଙ୍ଗପାଣି ପଞ୍ଚାୟତର ୩୦ ଜଣ ମହିଳା ସରପଞ୍ଚ ଓ ୱାର୍ଡସଭ୍ୟ ସଭ୍ୟା ପ୍ରମୁଖ ନିର୍ବାଚିତ ଜନ ପ୍ରତିନିଧି ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ। ଆୟୋଜକ ଦି ଜଙ୍ଗଲ ପ୍ରୋଜେକ୍ଟ, ଇଣ୍ଡିଆର ଓଡ଼ିଶା ମୁଖ୍ୟ ସୁକାନ୍ତ ମହାପାତ୍ର, ନାନସି ରାଉତ, କିଶୋର ଚନ୍ଦ୍ର ଦେହୁରୀ ଓ ଅଶ୍ୱନି ଧୁରୁଆ ତାଲିମ ପ୍ରଦାନ କରିଥିଲେ। ପଞ୍ଚାୟତ ସ୍ତରରରେ ମହିଳାଙ୍କ ଦକ୍ଷତା ବୃଦ୍ଧି ସହ ବିଭିନ୍ନ ଉନ୍ନୟନ କାମରେ ସହଭାଗିତା,୭୩ ତମ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସଂଶୋଧନ , ମହିଳାଙ୍କ ୫୦ ପ୍ରତିଶତ ଭାଗୀଦାର , ଗ୍ରାମାଞ୍ଚଳରେ ଥିବା ସାମାଜିକ ଭେଦଭାବ ଦୂରକରି ଆଗକୁ ବଢ଼ିବା ଆଦି ପ୍ରସଙ୍ଗ ଉପରେ ତାଲିମ ପ୍ରଦାନ କରାଯଇଥିଲା। ଏହା ବ୍ୟତୀତ ମହିଳା ହିଂସା, ଘରୋଇ ହିଂସା ଓ କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ସମନ୍ଧୀୟ କାର୍ଯ୍ୟକ୍ରମ ଗୁଡ଼ିକରେ ନିଜକୁ ସାମିଲ କରି ଏକ ସୁସ୍ଥ ସମାଜ ଗଠନରେ ନିଜକୁ ନିୟୋଜିତ କରିପାରିବେ ବୋଳି ତାଲିମ ଦିଆଯାଇଥିଲା।
Leave A Reply