Odisha news

ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ଆଶା କର୍ମୀ ବବିତା ନାଥଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0
ଜମନକିରା,୧୯/୫:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ମୁଣ୍ଡେନପାଲି ଗ୍ରାମ ପଞ୍ଚାୟତ ମୁଣ୍ଡେନପାଲି ଗ୍ରାମର ବବିତା ନାଥ ଆଶାକର୍ମୀ। ତାଙ୍କର ଜନ୍ମ ୨୪୵୦୯୵୧୯୮୧ ମସିହାରେ ପରମାଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ବାପାଙ୍କ ନାମ ଦୁଃଖବନ୍ଧୁ ନାଥ ଏବଂ ମାଙ୍କ ନାମ ସଜନୀ ନାଥ। ତାଙ୍କର ସ୍କୁଲ ଜୀବନ ପରମାଣପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିଲେ। ତାପରେ ଡକ୍ଟର ଝସକେତନ ସାହୁ ମହାବିଦ୍ୟାଳୟ ପରମାଣପୁର ଠାରେ +୨ ରେ ପାଠ ପଢୁଥିଲେ। ୨୦୦୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
ସେ ମୁଣ୍ଡେନପାଲି ଗ୍ରାମର ମୃତ୍ଯୁଞ୍ଜୟ ନାଥଙ୍କୁ ବିବାହ କରିଥିଲେ।ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।ବବିତାଙ୍କର ଛୋଟବେଳୁ ସେବା ମନୋବୃତ୍ତି ରଖୁଥିଲେ।ଟିଭିରେ ସରକାରଙ୍କ ଆଶାକର୍ମୀଙ୍କ ବିଜ୍ଞାପନ ଦେଖି ଆଶା କର୍ମୀ ହେବାକୁ ମନସ୍ଥ କରିଥିଲେ। ୨୦୧୫ ମସିହାରେ ଜିଲ୍ଲାସ୍ତରୀୟ ଶ୍ରେଷ୍ଠ ଆଶା ପୁରସ୍କାର ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଠାରୁ ଗ୍ରହଣ କରିଥିଲେ।ଗାଁରେ ଶିଶୁ ମୃତ୍ୟୁହାର, ମା ମୃତ୍ୟୁହାର ଜମା ହୋଇ ନ ଥିବାରୁ ଏବଂ ଛୁଆମାନଙ୍କର ଟୀକାକରଣ, ହସପିଟାଲରେ ଶହେ ପ୍ରତିଶତ ଡେଲିଭରି ଲାଗି ଏହି ସମ୍ମାନ ପାଇଛନ୍ତି।୨୦୧୬-୧୭ ,ମସିହାରେ ସମ୍ବଲପୁର ଜିଲ୍ଲାର ଶ୍ରେଷ୍ଠ ଆଶା ଭାବେ ରାଜ୍ଯସ୍ତରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ୨୦୨୦ ମସିହାରେ ବ୍ଲକସ୍ତରରେ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହୋଇଥିଲେ।୨୦୨୧ ମସିହାରେ ଉପଖଣ୍ଡ ଏବଂ ଜିଲ୍ଲା ସ୍ତରରେ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ ହୋଇଥିଲେ।
ଗତ ୧୭/୦୫/୨୨ ମଙ୍ଗଳବାର ଦିନ ଭୁବନେଶ୍ଵର ସ୍ଥିତ ସ୍ଵସ୍ତିକ ପ୍ରିମିୟମ ରେ ଅନୁଷ୍ଠିତ ହୋଇଥିବା ଆର୍ଟ ଅଫ ଗିଭିଂ ର ନବମ ପ୍ରତିଷ୍ଠିତ ଦିବସ କାର୍ଯ୍ୟକ୍ରମ ରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଶା କର୍ମୀ ଶ୍ରୀମତୀ ବବିତା ନାଥ ଙ୍କୁ ପୁରସ୍କୃତ କରିଥିଲେ,ଆଜି ତାଙ୍କ ଗ୍ରାମ ମୁଣ୍ଢେନପାଲି ଗ୍ରାମ ର ମହିଳା ଓ ଆଶା କର୍ମୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ,
Leave A Reply