Odisha news

ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

0
ବୁଗୁଡ଼ା  : ତା ୧୪/୦୫/୨୨ : ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି  । ପ୍ରଧାନାଚାର୍ଯ୍ଯ ମାଧବ ଶତପଥିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପିତ ସାଧକ ହରେକୃଷ୍ଣ ପ୍ରଧାନ ଓ ମାତୃପ୍ରେମୀ ରତ୍ନ ମଞ୍ଜରୀ ପାଢୀ ଯୋଗ ଦେଇ ଆଧ୍ଯାତ୍ମିକବାଦୀ ଶ୍ରୀ ଅରବିନ୍ଦଙ୍କ ଜୀବନୀ ସମ୍ପର୍କେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ  । ସେହିପରି ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅନରୂପ ଭାବେ ଆୟୋଜିତ କାର୍ଯ୍ଯକ୍ରମରେ ଶିକ୍ଷାକେନ୍ଦ୍ରର ସଭାପତି ୟୁ.ପୂର୍ଣଚନ୍ଦ୍ର ପାତ୍ର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ବାଳ, ମୁଖ୍ୟ ବକ୍ତା ଭାବେ ହରେକୃଷ୍ଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ରତ୍ନ ମଞ୍ଜରୀ ପାଢୀ ଓ ସାଧକ ରମେଶ ବେହେରା ଯୋଗ ଦେଇଥିଲେ । ଏ ଅବସରରେ ଶ୍ରୀ ଅରବିନ୍ଦଙ୍କ ସ୍ବଧୀନତା ସଂଗ୍ରାମରେ ଅବଦାନ , ବିଶ୍ବବାସୀଙ୍କୁ ଆଧ୍ଯାତ୍ମିକବାଦର ଦିଗଦର୍ଶନ , ଅତିମାନସ ଶକ୍ତିର ଅବତାରଣା , ଅଖଣ୍ଡ ଭାରତର ପରିକଳ୍ପନା ସଂପର୍କରେ ଆଲୋଚନା କରାଯାଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରାଯାଇଥିଲା  ।ଉକ୍ତ କାର୍ଯ୍ୟକ୍ରମକୁ ମାତୃପ୍ରେମୀ ଟି. ସୁଦର୍ଶନ ପାତ୍ର ଓ ଅଧ୍ଯକ୍ଷ ହରିହର ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।
Leave A Reply