ଆସିକା : ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଥମ ବୈଠକ ନବ ନିର୍ବାଚିତ ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ପୋରହିତ୍ୟ ରେ ଅନୁଷ୍ଠିତ ହୋଇଛି। ଏନ୍ଏ ସି ବୈଠକ ଗୃହ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇଥିଲେ। ଏନ୍ଏ ସି ଉପାଧ୍ୟାକ୍ଷା ଜୟନ୍ତୀ ବିଷୋୟୀ ଙ୍କ ସମେତ ସମସ୍ତ୧୮ ଟି ଯାକ ୱାର୍ଡ଼ର ନବ ନିର୍ବାଚିତ ୱାର୍ଡ଼ କାଉନସିଲର ଏଥିରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେଜ ସ୍ବାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଆସିକା ସବ୍ ଡିଭିଜନାଲ ହସ୍ପିଟାଲ ରେ ୧୬ ଡାକ୍ତର ଙ୍କ ସ୍ଥାନରେ ୩ଡାକ୍ତର ରହିଥିବା ଓ ଡାକ୍ତର ଅଭାବ ଜନିତ ସମସ୍ୟା ରୁ ରୋଗୀ ସେବା ବ୍ୟାହତ ହେଉଥିବା ନେଇ ଚିନ୍ତା ପ୍ରକଟ କରାଯାଇ ବୈଠକରେ ତୁରନ୍ତ ଡାକ୍ତର ନିଯୁକ୍ତି ନେଇ ଦାବି କରାଯାଇଥିଲା।ସହର ମଧରେ ନୂତନ ଭାବେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆରମ୍ବ ଦିଗରେ ପଦକ୍ଷେପ ପାଇଁ ଆଲୋଚନା ହୋଇଥିଲା।
ସେହିଭଳି ପରିମଳ ବ୍ୟବସ୍ଥା ରେ ସୁଧାର ଅଣାଯାଇ ନାଳ ନର୍ଦ୍ଦମା ସଫା କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବା,ଜଳ ଯୋଗାଣ ସମସ୍ୟା ର ନିରାକରଣ ନେଇ ନୂଆ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ସହିତ ପାନୀୟ ଜଳ ଯୋଗାଣ ହେତୁ ନଷ୍ଠ ହୋଇଥିବା ରାସ୍ତା ର ମରାମତି, ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ପରିମଳ, ଶିକ୍ଷା, ସ୍ବାସ୍ଥ୍ୟ, ଆଲୋଚନା ହୋଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ,ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ,ପରିବାର ମଙ୍ଗଳ ଯୋଜନା, ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳନା ରେ ସୁଧାର, ମଧୁବାବୁ ପେନସନ ଯୋଜନା ସହିତ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ କରିବା ଆଲୋଚନା ହୋଇ ବାର୍ଷିକ ଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଭିନ୍ନ ଲାଇନ୍ ଡିପାଆର୍ଟମେଣ୍ଟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସେମାନଙ୍କ ତରଫରୁ ଆସିକା ସହର ଇଲାକାରେ ସମସ୍ୟା ର ସମାଧାନ ଦିଗରେ ସମସ୍ତ ପ୍ରକାର ସହଯୋଗ ପାଇଁ ଉଦ୍ୟମ କରିବାକୁ ମତବ୍ୟକ୍ତ କରିଥିଲେ। ଏନ୍ଏ ସି ଅଧ୍ୟକ୍ଷା ଶ୍ରୀମତୀ ସ୍ୱାଇଁ ପୁରାତନ ଆସିକା ସହର ର ସର୍ବାଙ୍ଗୀନ ବିକାଶ ସହ ଏହାକୁ ମୁନିସିପାଲିଟି ରେ ପରିଣତ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏନ୍ଏ ସି ର ସମସ୍ତ ଅଧିକାରୀ ଓ କର୍ମଚାରୀ ବୈଠକ ପରିଚାଳନା ରେ ସହଯୋଗ କରିଥିବା ବେଳେ ପୌର ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ଵାଇଁ, ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ ଙ୍କ ସମେତ ବହୁ ବିଶିଷ୍ଠା ବ୍ୟକ୍ତି ଓ ଅଧିକାରୀ ଯୋଗ ଦେଇଥିଲେ।