Odisha news

ଜୟଦେବ ବିହାର ରୁ ନନ୍ଦନକାନନ ହେବ ଫ୍ଲାଏ ଓଭର ବ୍ରିଜ, ଉପକୃତ ହେବେ ରାଜଧାନୀ ବାସୀ

0
ବାରଙ୍ଗ :  ଜୟଦେବ ବିହାର ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ଫ୍ଲାଏ ଓଭର ବ୍ରିଜ । ନଚେତ ନାଲ୍‌କୋଛକ, ପଟିଆ ଓ କିଟ ଛକରେ  ତିନଟି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବାକୁ ଭୁୂବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତୁ କୁମାର ରାଉତ ରାଜ୍ୟସରକାରଙ୍କୁ ଏକ ପ୍ରସ୍ଥାବ ଦେଇଛନ୍ତି । ଦିନକୁ ଦିନ କିଟ ଛକ,ପଟିଆ ଓ ନାଲକୋ ଛକରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି I ଯାହାକୁ ଦୃଷ୍ଟିରେ ରଖି ବିଧାୟକ ଏଭଳି ଏକ ପ୍ରସ୍ତାବ ରାଜ୍ୟସରକାରଙ୍କ ନିକଟରେ ରଖିଛନ୍ତି ।
ମଙ୍ଗଳବାରଦିନ ରାଜଧାନୀ ଉପକଣ୍ଠ ରଘୁନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଧାୟକ I ଗାଁରେ ବର୍ଷାପାଣି ନିସ୍କାସନ ହେବ ସେନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଧାୟକ ଯୋଗଦେଇ  ଖୁବଶିଘ୍ର ବର୍ଷାପାଣି ନିସ୍କାସନ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।ଏଥିରେ ଗ୍ରାମ୍ୟ ଉନ୍ନୟନବିଭାଗ ପକ୍ଷରୁ ଏସଡିଓ ତ୍ରିଲୋଚନନାୟକ,ଜେଇ ଚକ୍ରଧର ବେହେରା, ସରପଂଚଙ୍କ ସମେତ ଗାଁ ମୁରବୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ପଂଚାୟତ ନିର୍ବାଚନ ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ବର୍ଷାଜଳ ନିସ୍କାସନ ପାଇଁ ଏକ ସ୍ଥାୟୀ ପ୍ରତିକାର କରିବା ପାଇଁ ବିଧାୟକଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ପୁରଣ କରିବା ପାଇଁ ବିଧାୟକଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ଅନ୍ୟପଟେ ଉତର ନିର୍ବାଚନ ମଣ୍ଡଳୀରେ ହେଉଥିବା ଟ୍ରାଫିକ ସମସ୍ୟା ଦୁରପାଇଁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଦୁଇଟି ପ୍ରସ୍ତାବ ମଧ୍ୟରୁ ଗୋଟିଏ ଖୁବଶିଘ୍ର କାର୍ଯ୍ୟାକାରୀ ହେବାକୁ ଯାଉଛି ବୋଲି ବିଧାୟକ କହିଥିଲେ ।
Leave A Reply