ନିରାକାରପୁର, ୧୦/୫: ଆଜି ଆସାମ ସିଲିଗଂରେ କାର୍ଯ୍ୟରତ ଜଣେ ଓଡିଆ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡିଛି। ସହିଦ ଯବାନ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅରାଚଂଳ ଗ୍ରାମର ଜୟପ୍ରକାଶ ମହାପାତ୍ର (କାଳିଆ )।ସୀମା ସୁରକ୍ଷା ବାହିନୀ ରେ କର୍ତ୍ତବ୍ୟରତ ଥିବାବେଳେ ଦୁର୍ଘଟଣା ଘଟି ସହିଦ ହୋଇଛନ୍ତି। ସେ ନୂଆ ଯବାନଙ୍କୁ ଗାଡ଼ି ଶିଖାଉଥିଲା ବେଳେ ଜଣେ ନୂଆ ଟ୍ରେନିଂ ନେଉଥିବା ଯୁବକ ଗାାଡ଼ିଧକ୍କାରେ ତାଙ୍କର ମୃତ୍ୟୁ ହୋଇ ଥିଲା। ଏହି ଖବର ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଆସନ୍ତା କାଲି ତାଙ୍କର ପାର୍ଥିବ ମରଶରୀର ଗାଁ ରେ ପହଂଚିବ ବୋଲି ଜଣାପଡିଛି।ଜୟପ୍ରକାଶଙ୍କ ମୃତ୍ୟୁ ଖବର ପାଇ ତାଙ୍କର ପତ୍ନୀ ଓ ଏକମାତ୍ର କନ୍ୟା ଭାଗିଂ ପଡିଛନ୍ତି। ତାଙ୍କର ଏକ ମାାତ୍ର ୧୬ ବର୍ଷର ଝିଅ ଏବେ ଦଶମ ପରୀକ୍ଷ ଦେଇଛି।