ଆଳୁକୁ ପରିବା ଭିତରେ ରାଜା ବୋଲି କୁହାଯାଇ ଥାଏ l ଯଦି ଆପଣ ମଧ୍ୟ ଅଧିକ ଆଳୁ ସେବନ କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ l କାରଣ ଆଳୁକୁ ନେଇ ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ସୀମିତ ମାତ୍ରାରେ ଆଳୁ ସେବନ ଶରୀର ପାଇଁ ହିତକର, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଆଳୁ ସେବନ ଶରୀର ପାଇଁ ବିପଦ ଆଣି ଦେଇଥାଏ l
ଆଳୁରେ ଥିବା ପୋଷାକ ତତ୍ୱ –
ଆଳୁ ରେ ଫାଇବର, ଜିଙ୍କ, ଆଇରନ, କ୍ୟାଲସିୟମ ବ୍ୟତୀତ କେରୋଟିନଏଡ, ଫ୍ଲେବୋନଏଡ ଓ ଫିନୋଲିକ ଏସିଡ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି l ଯାହା ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଦୁରେଇ ରଖିଥାଏ l
ଆଳୁ ଖାଇବା କାହିଁକି କ୍ଷତିକାରକ –
– ମିଳିଥିବା ତଥ୍ୟ ଅନୁସାରେ ଆଳୁ ଅଧିକ ସେବନ ଦ୍ୱାରା ଲୋକମାନେ ମୋଟାପଣ ର ଶିକାର ହେଉଛନ୍ତି l ଆଳୁ କାର୍ବୋହାଇଡ୍ରେଟ ରେ ଭରପୁର ଅଟେ l କାର୍ବୋହାଇଡ୍ରେଟ ରେ ଅଧିକ କ୍ୟାଲୋରୀ ରହିଥାଏ ଯେଉଁ କାରଣରୁ ମୋଟାପଣ ବୃଦ୍ଧି ହୋଇଥାଏ l
– ଅଧିକ ଆଳୁ ସେବନ ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବୃଦ୍ଧି ପାଇଥାଏ l ଏଥିରେ ଥିବା କାର୍ବୋହାଇଡ୍ରେଟ ଗଣ୍ଠି ଯନ୍ତ୍ରଣ କୁ ବୃଦ୍ଧି କରିଥାଏ l
– ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଆଳୁ ସେବନ କମ ମାତ୍ରାରେ କରିବା ଆବଶ୍ୟକ l ନଚେତ ରକ୍ତଚାପ ସମସ୍ୟା ବୃଦ୍ଧି ପାଇଥାଏ l
– ମଧୁମେହ ରୋଗୀଙ୍କ ପାଇଁ ଅଧିକ ଆଳୁ ସେବନ ହିତକର ନୁହେଁ l ଏହା ରକ୍ତ ଶର୍କରା କୁ ବୃଦ୍ଧି କରିଥାଏ l
– ଆଳୁରେ ବେଳେବେଳେ ସବୁଜ ରଙ୍ଗର ଆଳୁ ଦେଖିବାକୁ ମିଳିଥାଏ ଓ ଅଧିକାଂଶ ସମୟରେ ଆଳୁ ରେ ଗଜା ହୋଇଥିବାର ମଧ୍ୟ ଆମେ ଦେଖିବାକୁ ପାଇଥାଉ ଏଭଳି ଆଳୁ ଖାଇବା ଉଚିତ ନୁହେଁ l ଏହି ପ୍ରକାର ଆଳୁ ଶରୀରରେ ଏଲର୍ଜୀ ସମସ୍ୟା ଦେଖାଇ ଥାଏ l