Odisha news

ବସଷ୍ଟାଣ୍ଡରେ ଦୋକାନ ଘର ସଂପ୍ରସାରଣକୁ ନେଇ ଚରମ ସୀମାରେ ବିବାଦ , ଅଧ୍ଯକ୍ଷଙ୍କ ପ୍ରତିଶ୍ରୁତି ପରେ ହଟିଲା ଲୋକଙ୍କ ପ୍ରତିବାଦ

0
ବୁଗୁଡ଼ା : ତା ୧୦/୦୫/୨୨ :  ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡ ଠାରେ ଭଡା ସୂତ୍ରରେ ଦିଆଯାଇଥିବା କେତେକ ଦୋକାନ ଘର ମଧ୍ଯରୁ ଜନୈକ ବ୍ଯବସାୟୀ ଜଣକ ନିଜ ଦେକାନ ଘରର ପଛପଟ କାନ୍ଥକୁ ଭାଙ୍ଗି ବେଆଇନ ଭାବେ କରିଥିବା ନିର୍ମାଣ କାର୍ଯ୍ୟକୁ ୨ ନମ୍ବର କାଉନସିଲର ବିନୋଦିନୀ ନାୟକ ଗତ ୨୯ ଏପ୍ରିଲରେ ଅନୁଷ୍ଠିତ ଏନ୍ଏସି ବୈଠକ ଅବସରରେ ପ୍ରତିବାଦ କରି ଏହି ଅବୈଧ ନିର୍ମାଣର ଉଚ୍ଛେଦ ସକାଶେ ଓ୍ବାର୍ଡ ବାସିନ୍ଦାଙ୍କ ଦସ୍ତଖତ ସମ୍ବଳିତ ଏକ ଲିଖିତ ଦରଖାସ୍ତ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ଏଥିସହ ସଂପୃକ୍ତ ବ୍ଯବସାୟୀଙ୍କ ଅବୈଧ କବଜାରେ ରହିଥିବା ଏନ୍ଏସି ବୋରିଙ୍ଗ୍ ପାଇପକୁ ମଧ୍ୟ ମୁକ୍ତ କରାଯାଇ ଯାତ୍ରୀଙ୍କ ପାଇଁ ପାନୀୟ ଜଳର ବ୍ଯବସ୍ଥା କରିବାକୁ ଦାବି କରାଯାଇଥିଲା ।
ଯଦି ଏହି ବେଆଇନ ନିର୍ମାଣର ଉଚ୍ଛେଦ ଏବଂ ବୋରିଙ୍ଗ୍ ପାଇପକୁ ମୁକ୍ତ କରାନଯାଏ ତେବେ ଓ୍ବାର୍ଡ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ଇତି ମଧ୍ୟରେ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଏନ୍ଏସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଆଜି ପୁଣି ଓ୍ବାର୍ଡ ବାସିନ୍ଦା ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିଥିଲେ । ଏ ଅବସରରେ କାର୍ଯ୍ଯନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କୁ ପ୍ରତିବାଦକାରୀମାନେ ଏଭଳି ଅବୈଧ ନିର୍ମାଣର ଉଚ୍ଛେଦ କରାନଯାଇ ବ୍ଯବସାୟୀ ଜଣଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାର କାରଣ କ’ଣ ବୋଲି ପ୍ରଶ୍ନ କରିଥିଲେ । ସଂପୃକ୍ତ ବ୍ଯବସାୟୀଙ୍କ ଆବେଦନ ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ତାଙ୍କୁ ଏପରି  ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଉତ୍ତର ରଖିଥିଲେ । ଲୋକଙ୍କ ସ୍ଵାର୍ଥକୁ ଅଣଦେଖା କରି ବ୍ଯବସାୟୀଙ୍କ ବ୍ଯକ୍ତିଗତ ସ୍ବାର୍ଥକୁ କେଉଁ ଆଧାରରେ ପ୍ରାଧାନ୍ୟ ଦିଆଗଲା ବୋଲି ପ୍ରତିବାଦକାରୀମାନେ ପୁଣି ପ୍ରଶ୍ନ କଲାପରେ କାର୍ଯନିର୍ବାହୀ ଅଧିକାରୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେତୁ ସେଠାରେ ଏକ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା
ଏଥିରେ ଅଧ୍ଯକ୍ଷ ହସ୍ତକ୍ଷେପ କରି ସାତ ଦିନ ମଧ୍ୟରେ ଦୋକାନୀଙ୍କ ଅବୈଧ ନିର୍ମାଣର ଉଚ୍ଛେଦ ସାଙ୍ଗକୁ ତାଙ୍କ ଜବର ଦଖଲରୁ ବୋରିଙ୍ଗ୍ ପାଇପକୁ ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିବା ସହ ପ୍ରତିବାଦର ଅବସାନ ଘଟିଥିଲା ।
Nalco
Leave A Reply