ଖଇରା-୦୨/୦୫: ପର୍ଯଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୋମବାର ଖଇରା ବ୍ଲକର ମାଖନପୁର ଓ ବାଉଁଶଗଡିଆ ପଞ୍ଚାୟତ ଗସ୍ତ କରି କିଛି ପ୍ରକଳ୍ପ ଉଦ୍ଗାଟନ କରିଥିବା ବେଳେ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବାଉଁଶଗଡିଆ ପଞ୍ଚାୟତର ପାନୀୟ ଜଳ ସମସ୍ୟା ଉକ୍ରଟ ହୋଇ ପଡିଥିବା ବେଳେ ୭ଦିନ ମଧ୍ୟରେ ଏହାର ସମାଧାନ ପାଇଁ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ସମିର ଦେ ଓ କନିଷ୍ଠ ଯନ୍ତ୍ରୀ ବିକ୍ରମାଦିତ୍ୟ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି ।
ମାଖନପୁର ପଞ୍ଚାୟତରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଶୁଭ ଉଦ୍ଘାଟନ କରିବା ସହ କ୍ଷିରିପଦା ଇଦ୍ଘାର ନବୀକରଣ କାର୍ଯ୍ୟ ଓ ଦୁର୍ଗାପୁର ରାସ୍ତାର ଉନ୍ନତୀକରଣ ପାଇଁ ନିଜ ପାଣ୍ଠିରୁ ଅନୁଦାନ ପ୍ରଦାନ କରିବା ସହ ଏହାର ଶୁଭ ଶିଳାନ୍ୟାସ କରିଛନ୍ତି ।
ପରେ ରାଧାମୋହନ ଉଚ୍ଚ ମୋହନ ଉଚ୍ଚ ବାଳିକା ବିଦ୍ୟାଳୟକୁ ଗସ୍ତକରି ଶୈଖିକ ପରିବେଶ ଉପରେ ଶିକ୍ଷୟତ୍ରୀଶିକ୍ଷକ,ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ପରେ ଅସମ୍ପୂର୍ଣ୍ଣ ଶ୍ରେଣୀ ଗୃହର ପୂର୍ଣ୍ଣାଙ୍ଗ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ମାନସ କୁମାର ଦାଶ,ସରପଞ୍ଚ ସରୋଜିନୀ ଦାସ,ସମିତି ସଭ୍ୟ ରବିନ୍ଦ୍ର ସେଠୀ,ବିଧାୟକ ପ୍ରତିନିଧି କରୁଣାକର ଜେନା,କ୍ଷିରିପଦା ବସ୍ତି ମୁଖିଆ ଜଙ୍ଗ ଖାଁ ଓ ଶେଖ ମୁଖତାର ପ୍ରମୁଖ ଉପସ୍ଥିତ ଥିଲେ ।
