ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆମ ଦୈନନ୍ଦିନ ଜୀବନକୁ ଖୁବ ପ୍ରଭାବିତ କରିଥାଏ l ଯାହାକୁ ନେଇ ଆମେ ନିଜର ଦାମ୍ପତ୍ୟ ଜୀବନ, ବ୍ୟବସାୟ, ସମାଜ କୁ ନେଇ ସଫଳତାର ସହିତ ପାଦ ଥାପି ଥାଉ l ଚାଣକ୍ୟ ନୀତି ଅସୁବିଧା ସମୟରେ ଉଚିତ ମାର୍ଗ ଦେଖାଇ ଥାଏ l ସେହିଭଳି ଆଜିର ବିଚାର ରେ ଚାଣକ୍ୟ କହିଛନ୍ତି ଯେ ଏହି ୩ଟି କଥାକୁ କଦାପି କାହାକୁ କହିବା ଉଚିତ ନୁହେଁ l
* ଚାଣକ୍ୟ ନୀତିଶାସ୍ତ୍ର ଅନୁସାରେ ବ୍ୟକ୍ତି ବ୍ୟବସାୟ ରେ ଯଦି କ୍ଷତି ସ୍ହଉଛି ତେବେ ଅନ୍ୟକୁ କହିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଆପଣଙ୍କ ଶତ୍ରୁ ଆପଣଙ୍କୁ ଦୁର୍ବଳ ଭାବିବେ l ଏହାଛଡା ଆପଣଙ୍କ ନିଜ ଲୋକମାନେ ଆପଣଙ୍କ ଠାରୁ ଦୁରେଇ ଯିବେ l ତେଣୁ ନିଜର କ୍ଷତି ବିଷୟରେ କଦାପି କାହା ଆଗରେ ଆଲୋଚନା କରିବା ଉଚିତ ନୁହେଁ l କଦାପି କୌଣସି ବ୍ୟକ୍ତି ନିକଟରେ ନିଜ ଆର୍ଥିକ ସ୍ଥିତି କୁ ନେଇ ଆଲୋଚନା କରିବା ଉଚିତ ନୁହେଁ l
* ଚାଣକ୍ୟ ନୀତି ଅନୁସାରେ ଯଦି କୌଣସି ବ୍ୟକ୍ତିର ପତ୍ନୀ ନିକଟରେ କୌଣସି ଅଵଗୁଣ ରହିଛି ତେବେ ସେ ଅନ୍ୟ ନିକଟରେ ଆଲୋଚନା କରିବା ଉଚିତ ନୁହେଁ l ଏପରି କରୁଥିବା ବ୍ୟକ୍ତିର ସମାଜରେ ପ୍ରତିଷ୍ଠା ଖରାପ ହୋଇଥାଏ ଓ ଆପଣଙ୍କ ଦାମ୍ପତ୍ୟ ଜୀବନ ଅନ୍ୟ ପାଇଁ ଗୋଟିଏ ମଜାକ ହୋଇଯାଏ l
* ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଠକିଛି ତେବେ ଏହାକୁ ଅନ୍ୟ ଆଗରେ ଚର୍ଚା କରିବା ଉଚିତ ନୁହେଁ l ଏପରି ନକଲେ ଲୋକେ ଆପଣଙ୍କୁ ମୂର୍ଖ ଭାବି ଏହାର ଲାଭ ଉଠାଇବେ l ତେଣୁ ଏହିସବୁ କଥାକୁ ଅନ୍ୟ ଆଗରେ କହି ନିଜ ଛବି ଖରାପ କରନ୍ତୁ ନାହିଁ l