Odisha news

ପିଜୁଳି ପତ୍ରରେ ରହିଛି ଅଦ୍ଭୁତ ଔଷଧୀୟ ଗୁଣ : ବିଭିନ୍ନ ସଂକ୍ରମଣ ରୁ ଦୂରେଇ ରଖିଥାଏ

0
୧) ଇମ୍ୟୁନିଟି ବୁଷ୍ଟ କରିଥାଏ :-
ପିଜୁଳି ପତ୍ରରେ ରହିଛି ରୋଗ ପ୍ରତିରୋଧକ କ୍ଷମତା । ଯାହାକି ଆମ ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣ ରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟି ଇମ୍ଫଲାମେଟରି ଓ ଆଣ୍ଟି ଅକ୍ସୀ ଡାଣ୍ଟ ଗୁଣ ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣ ରୁ ରକ୍ଷା କରିଥାଏ।
୨) କୋଲେଷ୍ଟ୍ରଲ କମାଇବାରେ ସାହାଯ୍ୟ କରିଥାଏ:-
ନିୟମିତ ଭାବରେ ଯଦି ପିଜୁଳି ପତ୍ର ସେବନ କରିବେ ତେବେ ଉଚ୍ଚ ମାତ୍ରର କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା।ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ଓ ହାର୍ଟ ଆଟାକ ରୁ ଦୂରେଇ ରଖିଥାଏ।
୩) ଭାଇରାଲ ଇନ୍ଫେକ୍ସନ୍ ରୁ ରକ୍ଷା କରିଥାଏ :-
ପିଜୁଳି ପତ୍ର ଭାଇରାଲ ସଂକ୍ରମଣରେ ହେଉଥିବା ସର୍ଦ୍ଦି କାଶ ଠାରୁ ଦୂରେଇ ରଖିଥାଏ । ଏହାର ପତ୍ରରେ ପ୍ରସ୍ତୁତ କାଢ଼ା ଥଣ୍ଡା କାଶ କଫ ପାଇଁ ଖୁବ୍ ଉପକାରୀ ।
୪) ମଧୁମେହ ନିୟନ୍ତ୍ରଣ କରିଥାଏ :-
ମଧୁମେହ ରୋଗୀ ମାନେ ନିୟମିତ ପିଜୁଳି ପତ୍ର ରେ କାଢା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ । ଏହା ଛଡ଼ା ମେଦ ବହୁଳତା ଦୂର ହୋଇଥାଏ ।
୫) ଝାଡ଼ା ବାନ୍ତି ରୋଗ ପାଇଁ ହିତକର :-
ଝାଡ଼ା ବାନ୍ତି ସମସ୍ୟା ଦେଖା ଯାଉଥିଲେ ପିଜୁଳି ପତ୍ର କୁ ଗୋଲ ମରିଚ ସହିତ ଛେଚି ସେବନ କଲେ ଡାଇରିଆ ଦୁର ହୋଇଥାଏ । ଏହା ପେଟର କ୍ଷତି କାରକ ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ ।
୬) ପିଜୁଳି ପତ୍ରରେ କାଢା ପ୍ରସ୍ତୁତ କରି କୁଳି କରିବା ଦ୍ୱାରା ମାଉଥ୍ ଆଲସର୍ ଦୂର ହୋଇଥାଏ , କେଶ ଝଡ଼ିବା ସମସ୍ୟା ଦୂର ହୁଏ, ଦାନ୍ତ ମାଢି ସୁସ୍ଥ ରୁହେ, ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।
୭) ପାଚନ ସମ୍ବନ୍ଧୀୟ ସମସ୍ୟା ଠିକ୍ କରିଥାଏ:-
ପିଜୁଳି ପତ୍ର ଓ ଗୋଲ ମରିଚ ନିତିଦିନ ଚୋବାଇ ଖାଇଲେ ଗ୍ୟାସ୍, ଏସିଦିଟି ସମସ୍ୟା ଠିକ୍ ହୋଇଥାଏ ଓ ଖାଦ୍ୟ ସହଜ ରେ ହଜମ ହୋଇଥାଏ ।
Leave A Reply