* ଡିହାଇଡ୍ରେସନ ଠାରୁ ଦୁରେଇ ରଖେ – ବୁଟ ଛତୁଆ ଶରୀର ପାଇଁ ଖୁବ ଉପଯୋଗୀ ଅଟେ l ଗ୍ରୀଷ୍ମ ଋତୁରେ ଏହାକୁ ସେବନ କରିବା ଦ୍ୱାରା ଲୁ ଓ ଡିହାଇଡ୍ରେସନ ଠାରୁ ନିଜକୁ ରକ୍ଷା କରି ହୁଏ l ବୁଟ ଛତୁଆ କୁ ଆପଣ ଯଦି ସରବତ ଭାବରେ ସେବନ କରିବେ ତେବେ ଶରୀରକୁ ଆରାମ ମିଳିଥାଏ ଯାହା ପେଟକୁ ଥଣ୍ଡା ରଖିଥାଏ l
* ଏନର୍ଜି ବୁଷ୍ଟର କରିଥାଏ – ଯଦି ଶରୀରକୁ ତୁରନ୍ତ ଏନର୍ଜିର ଆବଶ୍ୟକତା ରହିଥାଏ ତେବେ ଛତୁଆର ପାନୀୟ ରେ ଲେମ୍ବୁ ଚିପୁଡ଼ି ସେବନ କରିବା ଦ୍ୱାରା ଶରୀର ତୁରନ୍ତ ବୁଷ୍ଟ ହୋଇଥାଏ l ଯଦି ଆପଣ ଗରମ ଯୋଗୁଁ ଥକା ଅନୁଭବ କରୁଛନ୍ତି ତେବେ ସେହି ସମୟ ରେ ତୁରନ୍ତ ବୁଟ ଛତୁଆ ସରବତ ଆରାମ ଦେବ l
* ମୋଟାପଣ ଦୂର କରିଥାଏ – ବୁଟ ଛତୁଆର ଭରପୁର ମାତ୍ରାରେ ଫାଇବର ରହିଥାଏ ଯାହାକି ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରି କରି ରଖେ ଓ ଭୋକ ଲାଗି ନଥାଏ ତେଣୁ ଓଜନ ହ୍ରାସ ହେବାରେ ସାହାଯ୍ୟ କରେ l
* ସହଜ ରେ ହଜମ ହୋଇଥାଏ – ଯଦି ଆପଣଙ୍କ ହଜମ ସମସ୍ୟା ରହିଛି ତେବେ ଆପଣ ବୁଟ ଛତୁଆ ନିଜ ଖାଦ୍ୟରେ ନିହାତି ସାମିଲ କରନ୍ତୁ l ଛତୁଆର ଥିବା ଫାଇବର ପେଟକୁ ସଫା ରଖିବା ସହିତ ଖାଦ୍ୟ ହଜମ ହେବାରେ ମଧ୍ୟ ସାହାଯ୍ୟ କରିଥାଏ l
* ମଧୁମେହ ପାଇଁ ଲାଭ ଦାୟକ – ବୁଟ ଛତୁଆ ମଧୁମେହ ପାଇଁ ଖୁବ ଲାଭ ଦାୟକ l ମଧୁମେହ ରୋଗୀମାନେ ଏହାକୁ ଚିନି ପରିବର୍ତେ ଲୁଣ ମିଶାଇ ଖୁବ ଭଲରେ ସେବନ କରିପାରିବେ l ଯାହା ରକ୍ତ ଶର୍କରା କୁ ନିୟନ୍ତ୍ରିତ କରିବ l
* କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିବ – ବୁଟ ଛତୁଆ କୋଲେଷ୍ଟ୍ରଲ ରୋଗୀ ମାନଙ୍କ ପାଇଁ ଖୁବ ଉପଯୋଗୀ l ଏହା ଶରୀରକୁ ସତେଜ ରଖିବା ସହିତ କୋଲେଷ୍ଟ୍ରଲ ନିୟନ୍ତ୍ରିତ ରଖିଥାଏ l
* ଉଚା ରକ୍ତଚାପ ପାଇଁ ହିତକର – ଉଚା ରକ୍ତଚାପ ରୋଗୀମାନେ ପ୍ରତିଦିନ ସକାଳୁ ଗ୍ରୀଷ୍ମ ଋତୁରେ ବୁଟ ଛତୁଆ ରେ ପାଣି ମିଶାଇ ସରବତ ଭାବରେ ସେବନ କରିବା ଦ୍ୱାରା ଶରୀରକୁ ସତେଜ ରଖିଥାଏ ଓ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ l