ପାଦ ଫୁଲିବା କୁ ଅଧିକାଂଶ ଲୋକ ଗୋଟିଏ ସାଧାରଣ ସମସ୍ୟା ଭାବରେ ଗ୍ରହଣ କରି ଥାଆନ୍ତି l କିନ୍ତୁ ଏହା ସାଧାରଣ ସମସ୍ୟା ନୁହେଁ l ଯଦି ଏହାକୁ ଆପଣ ଅଣଦେଖା କରନ୍ତି ଏହା ଭବିଷ୍ୟତ ରେ ବଡ ଗମ୍ଭୀର ରୋଗର କାରଣ ହୋଇପାରେ l ଆସନ୍ତୁ ଆଜି ଜାଣିବା ଗୋଡ଼ ଫୁଲିବାର ବିଶେଷ କାରଣ l
* ହୋଇପାରେ ଲିଭର ରୋଗର କାରଣ -:
ଲିଭର ରୋଗ ହେବା ଦ୍ୱାରା ପାଦ ଫୁଲିବା ସମସ୍ୟା ଦେଖା ଯାଇଥାଏ l କାରଣ ଆମ ଲିଭର ରେ ଯେତେବେଳେ ଏଲବୁମିନି ନାମକ ପ୍ରୋଟିନ ପ୍ରସ୍ତୁତ ହେବା ବନ୍ଦ କରିଦେଇଥାଏ , ସେତେବେଳେ ପାଦ ଫୁଲିବା ସମସ୍ୟା ଦେଖା ଯାଇଥାଏ l ଏହି ପ୍ରୋଟିନ ରକ୍ତ ସଂଚାଳନ ର ଧମନୀ ଗୁଡିକ ରୁ ବ୍ଲଡ଼ ଲିକ ହେବାରୁ ଅଟକାଇ ଥାଏ l ଯଦି ଏହି ପ୍ରୋଟିନ ଉତ୍ପନ ହେବାରେ ବାଧା ଉପୁଜିଥାଏ ତେବେ ପାଦ ଫୁଲିବା ଆରମ୍ଭ ହୋଇଥାଏ l
* କିଡ୍ନୀ ସମ୍ବନ୍ଧୀୟ ସମସ୍ୟା -:
କିଡ୍ନୀ ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଦ୍ୱାରା ପାଦ ଫୁଲିବା ସମସ୍ୟା ଦେଖା ଦେଇଥାଏ l କାରଣ ଯେତେବେଳେ ଆମ କିଡ୍ନୀ ଠିକ ଭାବରେ କାର୍ଯ୍ୟ କରି ନଥାଏ ସେତେବେଳେ ଶରୀରରେ ତରଳ ପଦାର୍ଥ ଏକାଠି ହୋଇ କିଡ୍ନୀ ଫୁଲିବା ସମସ୍ୟା ଦେଖା ଦେଇଥାଏ l ଯେଉଁ କାରଣରୁ ପାଦ ଫୁଲି ଥାଏ l
* ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟା -:
ହାର୍ଟ ସମ୍ବନ୍ଧୀୟ ସମସ୍ୟା ହେବା ଦ୍ୱାରା ମଧ୍ୟ ପାଦ ଫୁଲିବା ସମସ୍ୟା ଦେଖା ଦେଇଥାଏ l କାରଣ ଅଧିକାଂଶ ସମୟରେ ହାର୍ଟ ଠିକ ଭାବରେ ବ୍ଲଡ଼ ପମ୍ପ ନକରି ପାରିବାରୁ ପାଦ ଫୁଲିବା ସମସ୍ୟା ଦେଖା ଦେଇଥାଏ l