Odisha news

ଆସନ୍ତୁ ଜାଣିବା ଆଜି ଦିନଟି କେମିତି କଟିବ

0

ମେଷ: ଆପଣଙ୍କ ସଫଳତା ରାସ୍ତାରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ପାରିବାରିକ ସମସ୍ୟା ନେଇ ଆପଣଙ୍କର ଚିନ୍ତା ବଢ଼ିପାରେ।

ବୃଷ: କାଳାକାରଙ୍କ ଲାଗି ଦିନଟି ଭଲ। ଧନଲାଭର ଅବସର ମିଳିବ। ସ୍ବାସ୍ଥ୍ୟରେ ସୁଧାର ହେବ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ମିଥୁନ: ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ କରିପାରନ୍ତି। ବେକାରଙ୍କୁ ରୋଜଗାରର ପ୍ରସ୍ତାବ ମିଳିବ। ବେପାରରେ ଉନ୍ନତି ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ, ସ୍ବାସ୍ଥ୍ୟ ଭଲ ରହିବ।

କର୍କଟ: ଭାବନାରେ ସକାରାତ୍ମକତା ଜାରି ରଖନ୍ତୁ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ଜୀବନସାଥୀଠୁଁ ଭଲ ଖବର ଶୁଣିବାକୁ ପାଇବେ। ଘରେ ଖୁସିର ମାହୋଲ ରହିବ। ଆପଣଙ୍କ କାମର ଗତି ବଢ଼ିବ। ଛାତ୍ରଙ୍କୁ ସାକ୍ଷାତକାରରେ ସଫଳତା ହାସଲ ହେବ।

କନ୍ୟା: ଆପଣ ଯୋଜନା ତିଆରି କରିବେ ଏବଂ ଲାଗୁ ବି କରିଦେବେ। କମ୍ ପରିଶ୍ରମରେ ଉପରସ୍ତରକୁ ଉଠିପାରନ୍ତି। ଚାକିରି ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ଦିନଟି ଅନୁକୂଳ।

ତୁଳା: ବ୍ୟବସାୟ ସମ୍ବନ୍ଧରେ ସାକ୍ଷାତ୍ ଆଲୋଚନା ପାଇଁ ନିଜକୁ ପ୍ରସ୍ତୁତ କରିଯାଆନ୍ତୁ। ଚାକିରିଜୀବୀଙ୍କୁ ପଦୋନ୍ନତିର ଅବସର ମିଳିପାରେ। ଜୀବନସାଥୀ ସହ ମନୋମାଳିନ୍ୟ ହୋଇପାରେ।

ବିଛା: କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଅଯଥା କଥାଠୁଁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ଅଫିସର କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ତର୍କବିତର୍କ ହୋଇପାରେ।

ଧନୁ: କାର୍ଯ୍ୟକ୍ଷେତ୍ରରେ ବାକିଥିବା କାମ ସହଜରେ ସରିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କୁ ନିଜର ଅସୁବିଧା ଜଣାନ୍ତୁ ସହଯୋଗ ପାଇ‌ବେ। ଆପଣଙ୍କର ମାନସିକ ଅଶାନ୍ତି ଦୂର ହେବ।

ମକର: ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ବାପା ମାଆଙ୍କ ଠାରୁ କୌଣସି ବିଷୟରେ ମତ ନେଇପାରନ୍ତି। ପ୍ରିୟବନ୍ଧୁ ବହୁତ ଅଧିକ ପ୍ରୋତ୍ସାହିତ କରିବେ।

କୁମ୍ଭ: ପରିଶ୍ରମର ସୁଫଳ ପାଇବେ। କାରବାରରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ସନ୍ଧ୍ୟ‌ାରେ ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ।

ମୀନ: ଓକିଲ ପୁରୁଣା ମକଦ୍ଦମାରେ ବିଜୟ ହାସଲ କରିବେ। ଧାର ଦେବା ନେବାରୁ ନିବୃତ୍ତ ରୁହନ୍ତୁ। ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ।

Leave A Reply