* ଫ୍ରାଏଡ ଫୁଡ –
ଯଦି ଆପଣ ନିୟମିତ ଛଣା ଛାଣି ଖାଦ୍ୟ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ୟଟିକାରକ ହୋଇଥାଏ l କାରଣ ଫ୍ରାଏଡ ଫୁଡ ରେ ସାଚୁରେଟେଡ଼ ଫ୍ୟାଟ ଅଧିକ ପରିମାଣରେ ରହିଥାଏ l ଯାହାକି ଧମନୀ ଗୁଡିକୁ ବିଷାକ୍ତ କରିବା ସହିତ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି କରିଥାଏ l
* ଫୁଲ ଫ୍ୟାଟ ଯୁକ୍ତ ଡାଏରୀ ପ୍ରଡକ୍ଟ –
ଦୁଗ୍ଧ, ଲହୁଣୀ ଇତ୍ୟାଦି ହେଉଛି ଫୁଲ ଫ୍ୟାଟ ଯୁକ୍ତ ଖାଦ୍ୟ l ଏହି ସବୁଥିରେ ସାଚୁରେଟେଡ଼ ଫ୍ୟାଟ ଅଧିକ ରହିଥାଏ l ଡେରି ଉତ୍ପାଦନ ରୁ ନିଜକୁ ଦୁରେଇ ରଖିବା ନିହାତି ଜରୁରୀ ନଚେତ କମ ଫ୍ୟାଟ ଯୁକ୍ତ ଆହାର ସେବନ କରନ୍ତୁ l
* ଫାଷ୍ଟ ଫୁଡ –
ଫାଷ୍ଟ ଫୁଡ ଅନେକ ଗୁଡିଏ ରୋଗର କାରଣ ଅଟେ l ଏହାଦ୍ୱାରା ମଧୁମେହ, ମୋଟାପଣ , ହାଇ ବ୍ଲଡ଼ ପ୍ରେସର ସମସ୍ୟା ଦେଖା ଦେଇଥାଏ l ଯେଉଁ ବ୍ୟକ୍ତିମାନେ ଅଧିକ ପରିମାଣ ରେ ଫାଷ୍ଟ ଫୁଡ ସେବନ କରି ଥାଆନ୍ତି ସେମାନେ କୋଲେଷ୍ଟ୍ରେଲ , ହାର୍ଟ ଅଟକ ସହ ବିଭିନ୍ନ ସମସ୍ୟା ରେ ପୀଡିତ ହୋଇ ଥାଆନ୍ତି l ଫାଷ୍ଟ ଫୁଡ ଧମନୀ ରେ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ l