ଶିଶୁର ଉଚତା ଓ ବିକାଶ ପାଇଁ ପ୍ରୋଟିନ ର ଖୁବ ଜରୁରୀ ଅଟେ l ପ୍ରୋଟିନ ଗୋଟିଏ ଏପରି ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଯାହା ଆମ ଶରୀରର ପ୍ରତ୍ୟକଟି କୋଷିକା ଗୁଡିକୁ ପରିଚାଳିତ କରିବା ପାଇଁ ସକ୍ଷମ ହୋଇଥାଏ l ଆମକୁ ପ୍ରତିଦିନ ପ୍ରୋଟିନ ରୁ ଶକ୍ତି ମିଳିଥାଏ l
– ପ୍ରୋଟିନ ଦ୍ୱାରା ଶରୀର କୁ ଉପଯୁକ୍ତ ଅମିନୋ ଏସିଡ ପ୍ରାପ୍ତ ହୋଇଥାଏ l
– ପ୍ରୋଟିନ ନୂଆ କୋଷିକା କୁ ତିଆରି କରିବା ଓ ତାକୁ ରିପେୟାର କରିଥାଏ l
– ଏହାଛଡା କେଶ, ତ୍ୱଚା, ହାଡ଼, ନଖ, ମାଂସପେଶୀ, ତନ୍ତୁ ଗୁଡିକ ସହ ଶରୀରର ସମସ୍ତ ଅଙ୍ଗକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l
– ଯଦି ଆପଣଙ୍କ ଶିଶୁର ଠିକ ଭାବରେ ବିକାଶ ହୋଇ ପାରୁ ନାହିଁ ତେବେ ତାକୁ ପ୍ରୋଟିନଯୁକ୍ତ ଆହାର ନିୟମିତ ଖୁଆନ୍ତୁ l
* ପ୍ରୋଟିନ ରେ ଭରପୁର ପ୍ରାକୃତିକ ଖାଦ୍ୟ -:
୧) ସୋୟାବିନ : ସୋୟାବିନ ମଧ୍ୟ ପ୍ରୋଟିନ ର ଗୋଟିଏ ଭଲ ସ୍ରୋତ ଅଟେ l ପାଖାପାଖି ୧୦୦ ଗ୍ରାମ ସୋୟାବିନ ରେ ୩୬.୯ ଗ୍ରାମ ପ୍ରୋଟିନ ରହିଥାଏ, ତେଣୁ ନିୟମିତ ନିଜ ଶିଶୁ କୁ ସୋୟାବିନ ଖାଇବାକୁ ଦିଅନ୍ତୁ l
୨) ପନିର :
ନିଜ ଶିଶୁକୁ ସପ୍ତାହକୁ ଦୁଇ ଥର ପନିର ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ଶିଶୁର ଶାରୀରିକ ଓ ମାନସିକ ବିକାଶ ହୋଇଥାଏ l
୩) ଡାଲି :
ପ୍ରୋଟିନ ର ସବୁଠୁ ଭଲ ସ୍ରୋତ ହେଲା ଡାଲି l ଡାଲିର ଖୁବ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ l ଆପଣ ଖାଇବାରେ ଯେ କୌଣସି ଡାଲିର ବ୍ୟବହାର କରନ୍ତୁ ପଛକେ ଆପଣଙ୍କ ପ୍ରୋଟିନ ର କମି ଦୂର ହେବ l
୪) ଦୁଗ୍ଧ :
ଦୁଗ୍ଧରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ l ଆପଣ ନିଜ ଶିଶୁର ବିକାଶ ପାଇଁ ନିୟମିତ ଖାଦ୍ୟରେ ଦୁଗ୍ଧ ସାମିଲ କରନ୍ତୁ l ତେଣୁ ପ୍ରତିଟି ଶିଶୁ ନିୟମିତ ଭାବରେ ଗୋଟିଏ ଗ୍ଲାସ ଦୁଗ୍ଧ ସେବନ କରିବା ନିହାତି ଆବଶ୍ୟକ l
୫) ଅଣ୍ଡା :
ଅଣ୍ଡା ରେ ପ୍ରୋଟିନ ବ୍ୟତୀତ ଅନ୍ୟାନ୍ୟ ଜରୁରୀ ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଛି ତେଣୁ ସପ୍ତାହକୁ ଅତି କମ ର୍ରେ ୩ଥର ଏକ ବର୍ଷରୁ ଉର୍ଧ୍ଵ ଶିଶୁଟିଏ ନିହାତି ଖାଇବା ଉଚିତ l