Odisha news

କନ୍ଧମାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳାରେ ମତଦାନ ଶେଷ : ଫୁଲବାଣୀ ପୌରାଂଚଳରେ ୬୩.୮୩ ପ୍ରତିଶତ,ବାଲିଗୁଡାରେ ୬୯.୦୭,ଘୁ.ଉଦୟଗିରିରେ ୬୭.୨୧ ପ୍ରତିଶତ ମତଦାନ

0

ଫୁଲବାଣୀ,୨୪ା୩, କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ପୌରପରିଷଦ ଏବଂ ବାଲିଗୁଡା ବିଜ୍ଞାପିତ ଅଂଚଳେ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳଗୁଡିକରେ ଆଜି ନିର୍ବାଚନ ଆପାତତଃ ଶାନ୍ତିଶୃଙ୍ଖଳାରେ ହୋଇଯାଇଛି । କାଁଭାଁ କିଛି ଯାଗାରେ ସାମାନ୍ୟ ଉତେଜନା ଦେଖାଦେଇଥିବା ବେଳେ ସେହିପରି କୋଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିନାହିଁ । ଆଜି ଜିଲ୍ଲାର ଏହି ୩ ଟି ଅଂଚଳରେ ସକାଳ ୮ ଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା । ଭୀଷଣ ଖରା ସତ୍ୱେ ଭୋଟର ମାନେ ସେମାନଙ୍କଜର ମତଦାନ କରିବାକୁ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ପହଂଚି ଶୃଙ୍ଖଳିତ ଭାବରେ ମତଦାନ କରିଥିଲେ ।

ଫୁଲବାଣୀ ପୌରପରିଷଦ ଅଂଚଳରେ ଶତକଡା ୬୩.୮୩ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ୬୯.୦୭ ପ୍ରତିଶତ ଓ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳରେ ୬୭.୨୧ ପ୍ରତିଶତ ମତଦାନ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି । ଭୋଟର ତାଲିକାରେ ବ୍ୟାପକ ତୃଟି ଥିବା ଯୋଗୁଁ ଭୋଟର ମାନେ ସେମାନଙ୍କର ନାମ ତାଲିକାରେ ଖୋଜିବାରେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଥିଲା । ବହୁ ଭୋଟର ମାନଙ୍କର ନାମ ସେମାନଙ୍କର ନିଜ ୱର୍ଡରେ ନ ଥିବାରୁ ଅଧିକାଂଶ ଭୋଟର ମତଦାନ କରିବାରୁ ବଂଚିତ ହେବାସହ ଅସନ୍ତୋଷ ପ୍ରକଟ କରିଥିବା ଦେଖିବାକୁ ମିଳିଥିଲା । ଏହି କାରଣରୁ ମତଦାନ ହାର କମିଥିବା ନେଇ ବୁଦ୍ଦିଜୀବି ମହଲରେ ଚର୍ଚ୍ଚା ହେଉଛି । ଏଥିପାଇଁ ସମସ୍ତ ତିନିଟି ଯାଗାରେ ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟପକ ବ୍ୟବସ୍ଥା କରାଯିବା ସହିତ ପୋଲିସ ପାଟୋ୍ରଲିଙ୍ଗ କଡାକଡି କରାଯାଇଥିଲା ।

 

Leave A Reply