Odisha news

କେନ୍ଦ୍ରାପଡା ଜିଲ୍ଲାପରିଷଦ ଜୋନ ନଂ-୨୮(ରାଜକନିକା) ବିଜେଡି ଅକ୍ତିଆରରେ

0
ରାଜକନିକା- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୩ ଦିନ ବ୍ୟାପି ଚାଲିଥିବା ଭୋଟ ଗଣତିର ୨ୟ ଦିନରେ ଜିଲ୍ଲାପରିଷଦ ଜୋନ ନଂ ୨୮ରେ ତ୍ରିମୁଖି ଲଢେଇ ଜୋରଦାର ହୋଇଥିଲା ଏଥିରେ ବିଜେଡି ପ୍ରାର୍ଥୀ ପ୍ରତାପ କୁମାର ବେହେରା । ମୋଟ ୧୫୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ କ୍ଷୀରୋଦ ବେହୁରିଆ ୧୦୯୧୯ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ ସେହିପରି ୩ୟ ସ୍ଥାନରେ ବିଜେପି ସମର୍ଥିତ ପ୍ରାର୍ଥୀ ମନୋଜ ସେନାପତି ୩୧୩୦ଖଣ୍ଡ ଭୌ ପାଇଥିଲେ ।ଶେଷ ପର୍ଯ୍ୟାୟ ଗଣତି ପରେ ବିଜେଡି ୪୫୮୨ ଖଣ୍ଡ ଭୋଟରେ  ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରତାପ କୁମାର ବେହେରା ଭୋଟରେ ବିଜୟୀ ହୋଇଥିଲେ ୨୦ ତାରିଖ ଗଣତିରେ ୨୭ ନମ୍ବର ଜୋନରେ ବିଜେଡି ଅକ୍ତିଆର କରିଥିବାବେଳେ ୨୯ ନମ୍ବର ଜୋନ ବିଜେଡି ଆଗୁଆ ଥିବା ଜଣା ପଡିଛି ।
Leave A Reply