Odisha news

ମହାଶିବରାତ୍ରିରେ ଏହି ୪ଟି ରାଶି ପାଇଁ ରହିବ ଭଲ ଯୋଗ, ମହାଦେବଙ୍କ ର ବରଷିବ କୃପା

0

ଫାଲ୍ଗୁନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଓ ଚତୁର୍ଦଶୀ ତିଥିରେ ମହାଶିବରାତ୍ରି ଅନୁଷ୍ଠିତ ହୋଇଥାଏ l ଚଳିତ ବର୍ଷ ମାର୍ଚ୍ଚ ମାସ ୧ତାରିଖ ଦିନ ମହାଶିବରାତ୍ରି ଅନୁଷ୍ଠିତ ହେବ l ହିନ୍ଦୁ ଧର୍ମରେ ମୁଖ୍ୟ ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ ବିଶିଷ୍ଟ ପର୍ବ ଅଟେ l ଏହିଦିନ ସମସ୍ତେ ଶକ୍ତିରେ  ଭକ୍ତିର ସହିତ ମହାଦେବଙ୍କୁ ସନ୍ତୁଷ୍ଟ କରି ଥାଆନ୍ତି l ଚଳିତ ବର୍ଷ ମହାଶିବରାତ୍ରି ୪ଟି ରାଶି ପାଇଁ ଆଣୁଛି ସୁବର୍ଣ୍ଣ ସୁଯୋଗ l

* ମେଷ ରାଶି – ମେଷରାଶି ର ବ୍ୟକ୍ତିଙ୍କ ପାଇଁ ଚଳିତ ବର୍ଷର ମହାଶିବରାତ୍ରି ବିଶେଷ ଯୋଗ ଆଣିବ l ମେଷରାଶିର ବ୍ୟକ୍ତି ମାନେ ପ୍ରତିଟି କାର୍ଯ୍ୟରେ ସଫଳତା ଲାଭ କରିବେ l ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରିଥିବା ଧନ ଲାଭ କରିବେ l ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି l ବ୍ୟବସାୟ ରେ ମଧ୍ୟ ପରିଶ୍ରମ ଅନୁସାରେ ଫଳ ଲାଭ ହେବ l

* ସିଂହ ରାଶି – ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଚଳିତ ଥରର ମହାଶିବରାତ୍ରି ଶୁଭ ହେବ l ନିଜ କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ l ଉଚ ପଦସ୍ଥ ଅଫିସର ଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ l

* ତୁଳା ରାଶି – ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ଥରର ମହାଶିବରାତ୍ରି ଶୁଭଦାୟକ ହେବ l ଆପଣଙ୍କ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବ l ଚାକରି କ୍ଷେତ୍ରରେ ପଦୋନ୍ନତି ମିଳିବ ଓ ନିଜ ସମ୍ପର୍କୀୟ ମାନଙ୍କ ସହିତ ସମ୍ପର୍କ ନିବୀଡତର ହେବ l

* ମକର ରାଶି – ଏହି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ଅପାର କରୁଣା ରହିବ l ଆପଣଙ୍କର ବିଗିଡି ଥିବା ସମସ୍ତ କାର୍ଯ୍ୟ ଠିକ ଭାବରେ ହୋଇଯିବ l ନୂଆ କାର୍ଯ୍ୟ ପାଇଁ ଏହିଦିନ ଟି ଅନୁକୂଳ ଅଟେ l

Leave A Reply