Odisha news

ଅର୍ଜୁନଙ୍କ ରଥ ମହାଭାରତର ଯୁଦ୍ଧ ପରେ କାହିଁକି ଜଳିଯାଇଥିଲା : ଆସନ୍ତୁ ଜାଣିବା

0

ଭାରତର କଥା ସହିତ ପ୍ରାୟ ସମସ୍ତେ ପରିଚିତ ଅଛନ୍ତି ,ବର୍ତ୍ତମାନ ମଧ୍ୟ କିଛି ଏପରି ତଥ୍ୟ ରହିଛି ଯେଉଁ ବିଷୟରେ ଆମେ ଅଧିକ ଜାଣି ନାହୁଁ l ସେହିଭଳି ଗୋଟିଏ କାହାଣୀ ଅର୍ଜୁନଙ୍କ ରଥ ସହିତ ଯୋଡି ହୋଇ ରହିଛି l ଏମିତିରେ ଦେଖିବାକୁ ଗଲେ ଉଭୟ ପକ୍ଷର ବଡ଼ ବଡ଼ ଯୋଦ୍ଧା ମାନେ ଏହି ଯୁଦ୍ଧରେ ଲଢେଇ କରିଥିଲେ ଏବଂ ସମସ୍ତଙ୍କର ପ୍ରାୟ ରଥ ରହିଥିଲା l କିନ୍ତୁ ଅର୍ଜୁନଙ୍କର ରଥ ଏହି ସମସ୍ତ ରଥ ମଧ୍ୟରୁ ଖାସ ଥିଲା କାରଣ ଏହାକୁ ଭଗବାନ କୃଷ୍ଣ ଚଳାଉଥିଲେ l ଅର୍ଜୁନଙ୍କ ରଥର ଧ୍ଵଜାରେ ହନୁମାନ ବିରାଜମାନ କରିଥିଲେ l ବାସ୍ତବରେ ଯୁଦ୍ଧ ପୂର୍ବରୁ ସ୍ୱୟଂ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଥିଲେ କି ହନୁମାନଙ୍କୁ ପ୍ରାଥନା କର ଓ ନିଜ ଧ୍ଵଜାରେ ବିରାଜମାନ କରାଅ l ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କର ପିତାମହ ଭୀଷ୍ମ ଓ କର୍ଣ ଙ୍କ ସହିତ ମଧ୍ୟ ଯୁଦ୍ଧ ହୋଇଥିଲା ,କିନ୍ତୁ ତା ଦ୍ୱାରା ଅର୍ଜୁନଙ୍କ ରଥର କୌଣସି କ୍ଷତି ହୋଇନଥିଲା l

ଯୁଦ୍ଧ ସମାପ୍ତ ହେଲାପରେ ଜଳି ଯାଇଥିଲା ରଥ

ମହାଭାରତ ଯୁଦ୍ଧରେ ଯେତେବେଳେ ପାଣ୍ଡଵ ମାନେ ଜୟ ଲାଭ କଲେ ଅର୍ଜୁନ ଓ ଶ୍ରୀକୃଷ୍ଣ ରଥରୁ ଓଲ୍ହାଇବା ମାତ୍ରେ ରଥଟି ଜଳି ଯାଇଥିଲା l ଯୁଦ୍ଧ ସାରିବା ପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଥିଲେ ଆପଣ ରଥରୁ ଓଲ୍ହାଇ ଯାଆନ୍ତୁ ,କିନ୍ତୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରଥମେ ଓଲ୍ହାଇବାକୁ କହିଥିଲେ l ଶ୍ରୀକୃଷ୍ଣ ଙ୍କ କଥା ଶୁଣି ଅର୍ଜୁନ ରଥରୁ ପ୍ରଥମେ ଓଲ୍ହାଇ ଥିଲେ ,ଏହାପରେ ଶ୍ରୀକୃଷ୍ଣ ଓଲ୍ହାଇ ଥିଲେ ଶେଷନାଗ ମଧ୍ୟ ପାତାଳ ଲୋକକୁ ପଳାଇ ଗଲେ ,ହନୁମାନ ମଧ୍ୟ ରଥ ଉପରୁ ଅନ୍ତର୍ଧ୍ୟାନ ହୋଇଗଲେ ଏହାପରେ ରଥଟି ଜଳିଯାଇଥିଲା l

ଅର୍ଜୁନ ଯେତେବେଳେ ରଥର ଜାଳିବା ବିଷୟରେ ଶ୍ରୀ କୃଷ୍ଣଙ୍କୁ ପଚାଲିଲେ ସେତେବେଳେ କୃଷ୍ଣ କହିଲେ ଭୀଷ୍ମ ପିତାମହ ,ଦ୍ରୋଣାଚାର୍ଯ୍ୟ ଓ କର୍ଣ୍ଣଙ୍କ ଦିବ୍ୟାସ୍ତ୍ର ପ୍ରୟୋଗରେ ପୂର୍ବରୁ ରଥଟି ଧ୍ୱଂସ ହୋଇସାରିଥିଲା l କଇନ୍ତି ଏହି ରଥ ଉପରେ ହନୁମାନ ବିର୍ଜ କରିଥିଲେ ,ମୁଁ ସ୍ୱୟଂ ରଥର ସାରଥୀ ଥିଲି ମୋର ସଂକଳ୍ପ କାରଣରୁ ରଥଟି ଚାଲିଥିଲା l ବର୍ତ୍ତମାନ ଏହି ରଥର କାମ ପୁରା ହୋଇ ସାରିଛି ,ତେଣୁ ମୁଁ ଓଲ୍ହାଇ ପଡିବାରୁ ଜଳିଗଲା l

Leave A Reply