Odisha news

ଫେସ୍ ବୁକ୍, ଇନ୍ଷ୍ଟା ଗ୍ରାମ , ୟୁଟ୍ୟୁବ ଇତ୍ୟାଦି ଡିଲିଟ କରିବେ ଯେଉଁ ବ୍ୟକ୍ତି ମିଳିବ ଲକ୍ଷାଧିକ ଟଙ୍କା

0

ନୂଆଦିଲ୍ଲୀ : ଫେସ୍ବୁକ, ଇନ୍ସଟାଗ୍ରାମ, ଟୁଇଟର,ୟୁଟ୍ୟୁବ ଭଳି ପ୍ଲାଟଫର୍ମ ଆଜିକାଲି ପ୍ରତିଟି ବ୍ୟକ୍ତିଙ୍କର ଦୈନନ୍ଦିନ ଜୀବନର ଗୋଟିଏ ଅଙ୍ଗ ହୋଇ ଯାଇଛି l ପ୍ରାୟ ସମସ୍ତଙ୍କର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ଅଧିକ ସମୟ ଅତିବାହିତ ହେଉଛି l ଏହା ମଧ୍ୟରେ ଗୋଟିଏ କମ୍ପାନୀ ଏପରି ଅଛି ଯିଏ କି ୨ମାସ ପାଇଁ ସୋସିଆଲ ମିଡ଼ିଆ ଛାଡିବା ପାଇଁ ଦେଢ଼ ଲକ୍ଷ ଟଙ୍କା ଦେବ ବୋଲି ଘୋଷଣା କରିଛି l

କମ୍ପାନୀର ନାଁ ହେଉଛି Uptime App ଅଟେ l ଏହା ଅନୁସାରେ ଯଦି ଆପଣ ୨ମାସ ପାଇଁ ସୋସିଆଲ ମିଡ଼ିଆ ଛାଡି ଦେବେ ତେବେ କମ୍ପାନୀ ଆପଣଙ୍କୁ ଦେଢ଼ଲକ୍ଷ ପାଖାପାଖି ଟଙ୍କା ଦେବ l ଘଟଣାଟି ଏହିପରି Uptime ସୋସିଆଲ ମିଡିଆ ଓ Doomscrolling କୌଣସି ବ୍ୟକ୍ତିଙ୍କ କୌଣସି ବ୍ୟକ୍ତିଙ୍କ ଆତ୍ମ ବିକାସ ଉପରେ କି ପ୍ରଭାବ ପକାଇ ବ ତାହାକୁ ନେଇ ଅନୁସନ୍ଧାନ ଆରମ୍ଭ କରିଛି ।

ଏହାକୁ ନେଇ କମ୍ପାନୀ ଆଗକୁ ଗୋଟିଏ ଅଧ୍ୟୟନ କରିବାକୁ ଚାହୁଁଛି । ଏହି ଅଧ୍ୟୟନ ରେ ସେହି ଲୋକ ମାନଙ୍କୁ ସାମିଲ କରାଯିବ ଯେଉଁମାନେ ୨ମାସ ପାଇଁ ସୋସିଆଲ ମିଡ଼ିଆ ଛାଡ଼ି ଦେଇଛନ୍ତି । ଏହି ବ୍ୟକ୍ତି ମାନଙ୍କୁ କମ୍ପାନୀ ପକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ମିଳିବ । କମ୍ପାନୀ ପକ୍ଷରୁ ଏହା ଅଧ୍ୟୟନ କରାଯିବ ଯେ ଲୋକମାନେ ସୋସିଆଲ ମିଡ଼ିଆ ଛାଡ଼ି ନିଜ ସମୟର ଉପୋଯୋଗ କରୁଛନ୍ତି । ଏହି ସମୟରେ ସେମାନଙ୍କ ବ୍ୟବହାର ଅନ୍ୟ ମାନଙ୍କ ପ୍ରତି କିପରି ରହୁଛି ତାହା ମଧ୍ୟ ଅଧ୍ୟୟନ କରାଯିବ । କମ୍ପାନୀ ଦ୍ଵାରା କୁହାଯାଇଛି ଯେ ଆଜିକାଲି ସୋସିଆଲ ମିଡିଆ ଗୋଟିଏ ନିଶା ଭଳି ହୋଇ ଯାଇଛି, ତେଣୁ ଲୋକମାନେ ଏହାକୁ ଛାଡି କିପରି ରହୁଛନ୍ତି ତାହା ଅନୁଧ୍ୟାନ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆମର ଉଦ୍ଦେଶ୍ୟ ଏହା ନୁହେଁ ଯେ ଲୋକମାନେ ସବୁଦିନ ପାଇଁ ସୋସିଆଲ ମିଡ଼ିଆ ରୁ ଦୂରେଇ ରହିବେ ଆମର ମୁଖ୍ୟ ଉଦ୍ଦେଶ୍ୟ ଏହି ସମୟକୁ କିପରି ଅତିବାହିତ କରୁଛନ୍ତି ।

Leave A Reply