Odisha news

ରବିବାର ଉପାୟ :ଖୁବ ପ୍ରଭାବଶାଳୀ ହୋଇଥାଏ ସୂର୍ଯ୍ୟଦେବଙ୍କ ର ଏହି ମନ୍ତ୍ର ଓ ୭ଥର ଅର୍ଘ୍ୟ ଦେବାର ମାହାତ୍ମ୍ୟ

0

ମାନ୍ୟତା ରହିଛି ଯେ ସୂର୍ଯ୍ୟଦେବ ସାରା ବ୍ରହ୍ମାଣ୍ଡର ଜୀବନ୍ତ ଦେବତା l ସେ ସମ୍ପୂର୍ଣ ବ୍ରହ୍ମାଣ୍ଡ ର ତ୍ରାଣ କର୍ତା ଓ ସମ୍ପୂର୍ଣ ସତ୍ୟ ସର୍ବତ୍ର ବିରାଜମାନ l ସେହି ବ୍ରହ୍ମଣ୍ଡନାୟକ ସୂର୍ଯ୍ୟଦେବ ଙ୍କ ପାଇଁ ରବିବାର ଦିନଟି ପ୍ରଯୁଜ୍ୟ ଅଟେ l ଆମ ହିନ୍ଦୁ ଧର୍ମରେ ମଧ୍ୟ ସମସ୍ତ ଦେବଦେବୀ ଙ୍କ ପୂଜା ରେ ସୂର୍ଯ୍ୟ ଦେବଙ୍କୁ ପୂଜା କରିବାର ବିଧାନ ରହିଛି l ସୂର୍ଯ୍ୟଦେବ ଙ୍କୁ ରବିବାର ଦିନ ଅର୍ଘ୍ୟ ଦିଆଯାଇ ମନବାଂଛିତ ଫଳ ପ୍ରାପ୍ତ କରାଯାଇ ଥାଏ l କିନ୍ତୁ ଏହିସମୟରେ ବିଶେଷ ଭାବରେ ସୂର୍ଯ୍ୟଙ୍କର ମନ୍ତ୍ର ବା ସ୍ତୋତ୍ର ପାଠ କରିବେ ତ ଆପଣଙ୍କର ସମସ୍ତ ଇଛା ପୁରାଣ ହେବ l

* ଅଧିକାଂଶ ପୂଜା ପର୍ବରେ ଭଗବାନ ସୂର୍ଯ୍ୟଙ୍କୁ ପୂଜା ଓ ଅର୍ଘ୍ୟ ପ୍ରଦାନ କରାଯାଇ ଥାଏ l ଯେପରିକି ମକର ସଂକ୍ରାନ୍ତି, ସାମ୍ବ ଦଶମୀ, ରଥ ସପ୍ତମୀ ଇତ୍ୟାଦି l ଏହିଦିନ ଆପଣ ୭ଥର ଅର୍ଘ୍ୟ ଦେବା ଆବଶ୍ୟକ ଓ ” ସୂର୍ଯ୍ୟାୟ ନମଃ,ମରିଚୟ ନମଃ” ୭ଥର ଜପ କରିବା ଉଚିତ l କାରଣ ସୂର୍ଯ୍ୟଙ୍କ ଆଲୋକରେ ୭ଟି ରଙ୍ଗର ସମିଶ୍ରଣ ରହିଛି ତେଣୁ ମନ୍ତ୍ର କୁ ଜପ କଲେ ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ କରାଯାଇ ଥାଏ l

* ଋଗବେଦ ରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଥାଏ ତାର ସମସ୍ତ ଇଛା ପୁରଣ ହୋଇଥାଏ l ସୂର୍ଯ୍ୟଦେବ ସମସ୍ତଙ୍କର ଶାରୀରିକ,ମାନସିକ,ଓ ଆଧ୍ୟାତ୍ମିକ ବିକାର ଦୂର କରି ଥାଆନ୍ତି l ତେଣୁ ସୂର୍ଯ୍ୟଙ୍କ ନିକଟରୁ ଉର୍ଜା ପାଇବା ପାଇଁ ନିୟମିତ ଅର୍ଘ୍ୟ ଦେବା ସମୟରେ “ଓଂ ଭାସ୍କରାୟ ନମଃ , ଓଂ ଖଗୟେ ନମଃ ” ମନ୍ତ୍ର ୭ଥର ଜପ କରନ୍ତୁ l

* ସୂର୍ଯ୍ୟଦେବ ଙ୍କୁ ସର୍ବଦା ରକ୍ତଚନ୍ଦନ ଅର୍ପଣ କରାଯାଇ ଥାଏ l ତେଣୁ ଅର୍ଘ୍ୟ ଦେବା ସମୟରେ ରକ୍ତ ଚନ୍ଦନ,ତମ୍ବା ପାତ୍ରରେ ଜଳ,ନାଲି ରଙ୍ଗର ଫୁଲ,ଦେଇ ପୂର୍ବ ଦିଗକୁ ମୁହଁ କରି ଅର୍ପଣ କରନ୍ତୁ l ଜୀବନରେ ଉନ୍ନତି ଓ ସମୃଦ୍ଧି ପାଇଁ “ଓଂ ମିତ୍ରାୟ ନମଃ,ଓଂ ଭାନବେ ନମଃ ” ମନ୍ତ୍ର ଜପ କରନ୍ତୁ l

* ଆପଣ ସକାଳୁ ସ୍ନାନ ସାରି ଯଦି ସୂର୍ଯ୍ୟଦେବ ଙ୍କୁ ଅର୍ଘ୍ୟ ଦେଉଛନ୍ତି ତେବେ ଏହି ଅର୍ଘ୍ୟକୁ କୌଣସି ବୃକ୍ଷ ମୂଳରେ ଦେଲେ ସଫଳତା ଲାଭ କରିବେ l ଯେପରିକି ବେଲ, ତୁଳସୀ,ଓସ୍ତ ,ବର ଗଛ ଇତ୍ୟାଦି l ଏହି ସମୟରେ ଓଂ ପୁଣ୍ୟେ ନମଃ ଉଚ୍ଚାରଣ କରିବା ଶୁଭ ଅଟେ l ଏହାଦ୍ୱାରା ଜୀବନରୁ ଓ ଘରୁ ନକାରାତ୍ମକ ଉର୍ଜା ଦୁରେଇ ଯାଇଥାଏ l

Leave A Reply