Odisha news

ସର୍ଭାଇକଲ୍ ଯନ୍ତ୍ରଣାର ଘରୋଇ ଉପାୟ

0
ଆଜିକାଲି ଅନିୟମିତ ଜୀବନଶୈଳୀ କାରଣରୁ ଲୋକମାନେ ଅଧିକ ରୋଗ ଗ୍ରସ୍ତ ହେଉ ଥିବାର ଦେଖିବାକୁ ମିଳୁଛି । ସେଥି ମଧ୍ୟରୁ ଗୋଟିଏ ହେଲା ସର୍ଭାଇକାଲ୍ ଯନ୍ତ୍ରଣା, ଏହାକୁ ସ୍ପଣ୍ଡିଲିଶିସ ମଧ୍ୟ କୁହାଯାଏ । ଏହା ସେହି ଲୋକଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ ଯେଉଁମାନେ ଦିନସାରା ଗୋଟିଏ ପୋଜିସନ୍ ରେ ଦୀର୍ଘ ସମୟ ଧରି ବସି ରୁହନ୍ତି । ଯେଉଁ କାରଣରୁ ତାଙ୍କ ବେକ ରେ ଯନ୍ତ୍ରଣା ହେବାକୁ ଲାଗିଥାଏ । ଯାହାକୁ ସର୍ଭାଇକାଲ୍ ପେନ୍ ବୋଲି କୁହାଯାଏ । କିନ୍ତୁ ଗବେଷକ ମାନଙ୍କ ମତରେ କିଛିଟା ଘରୋଇ ଉପାୟ ଦ୍ଵାରା ଏଥିରୁ ଆରାମ୍ ମିଳିଥାଏ ।
* ସର୍ଭାଇକାଲ୍ ଯନ୍ତ୍ରଣା ହେବାର କାରଣ –
– ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସିବା
– ଭୁଲ୍ ପୋଜିଶାନ ରେ ଶୋଇବା
– ବେକ କୁ ଦୀର୍ଘ ସମୟ ଧରି ନୁଆଁଇ ରଖିବା
– ଉଚ୍ଚ ଓ ବଡ଼ ତକିଆ ର ବ୍ୟବହାର କରିବା
* ଲକ୍ଷଣ –
– ବେକ ଯନ୍ତ୍ରଣା
– ମୁଣ୍ଡ ବିନ୍ଧା
– ହାତ ଓ କନ୍ଧ ରେ ଯନ୍ତ୍ରଣା
ଚିକିତ୍ସା –
* ସର୍ଭାଇକାଲ୍ ପେନ୍ ରେ ରାଶି ତେଲ କୁ ମାଲିଶ୍ କରିବା ଶରୀର ପାଇଁ ଖୁବ୍ ହିତକର । ଯଦି ଆପଣ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ରାଶି ତେଲ କୁ ଉଷୁମ୍ କରି ବେକ ରେ ମାଲିଶ୍ କରନ୍ତୁ । ଖୁବ୍ ଶୀଘ୍ର ଆରାମ ମିଳିଥାଏ।
* ହଳଦୀ ରେ ଆଣ୍ଟି ଇମ୍ଫଲାମେଟରି ଗୁଣ ରହିଛି । ସେଥିପାଇଁ ଯେ କୌଣସି ଯନ୍ତ୍ରଣା ରୁ ଖୁବ୍ ଶୀଘ୍ର ଲାଭ ମିଳିଥାଏ । ଯଦି ଆପଣ ଙ୍କ ର ସର୍ଭାଇକାଲ୍ ପେନ୍ ରହୁଚି ତେବେ ନିୟମିତ ରାତିରେ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରନ୍ତୁ ।
* ରସୁଣ ରେ ମଧ୍ୟ ଅନେକ ତତ୍ତ୍ଵ ରହିଛି । ତେଣୁ ରସୁଣ ସେବନ କରିବା ଦ୍ୱାରା ସର୍ଭାଇକାଲ୍ ପେନ୍ ରୁ ଆରାମ ମିଳିଥାଏ । ଯଦି ଆପଣ ସର୍ଭାଇକାଲ୍ ପେନ୍ କୁ ନେଇ ଚିନ୍ତିତ ରହୁଛନ୍ତି ତେବେ ରସୁଣ ଓ ଉଷୁମ୍ ପାଣି ସେବନ କରନ୍ତୁ ।
* ଆପଣ ଯଦି ସର୍ଭାଇକାଲ୍ ପେନ୍ ରେ ପୀଡିତ ଅଛନ୍ତି ତେବେ ମୁଣ୍ଡ ତଳେ କଦାପି ତକିଆ ଦେଇ ଶୋଇବା ଉଚିତ୍ ନୁହେଁ । କାରଣ ସର୍ଭାଇକାଲ୍ ପେନ୍ ରେ ବେକ କୁ ସିଧା କରି ଶୋଇବା ଉଚିତ୍ । କାରଣ ତକିଆ ଦେବା ଦ୍ଵାରା ବେକ ବଙ୍କା ହୋଇ ଯାଇଥାଏ ।
* ସର୍ଭାଇକାଲ୍ ପେନ୍ ରେ ଆପଣ ଗରମ୍ ପାଣି ସେକ ନେବା ଖୁବ୍ ଭଲ । ଏହା ବେକ ଯନ୍ତ୍ରଣା ରୁ ଆରାମ ମିଳିଥାଏ । ଏହା କିନ୍ତୁ ପ୍ରତିଦିନ କରିବା ଉଚିତ୍ ।
* ସର୍ଭାଇକାଲ୍ ପେନ୍ ପାଇଁ ନିୟମିତ ଭାବରେ ବେକ ର ବ୍ୟାୟାମ କରିବା ଉଚିତ୍ ନୁହେଁ । ତେଣୁ ଆପଣ ବେକ ପାଇଁ ବ୍ୟାୟାମ କରନ୍ତୁ ଓ ସୋରିଷ ତେଲ ଓ ରସୁଣ ଉଷୁମ୍ କରି ମାଲିଶ୍ କରନ୍ତୁ ।
Leave A Reply