Odisha news

ଭାଲେଣ୍ଟାଇନ୍ସ୍ ଡେକୁ ନେଇ ଥାଇଲ୍ୟାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ହେଲା ଦିଶା ନିର୍ଦ୍ଦେଶ : ଯୌନ ସମ୍ବନ୍ଧ ସମୟରେ କପଲ୍ସ ଦୀର୍ଘ ସମୟ ଧରି କରିବେ ନାହିଁ କିସ୍ ଓ ମାଷ୍କ ପିନ୍ଧିବା ଜରୁରୀ

0
ନୂଆଦିଲ୍ଲୀ : ସାରା ବିଶ୍ବରେ ସମସ୍ତଙ୍କ ର ପ୍ରାୟ ପସନ୍ଦ ହେଉଛି ଥାଇଲ୍ୟାଣ୍ଡ । ଏହା ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯେପରିକି ପ୍ରେମ ଓ ସମ୍ବନ୍ଧ କୁ ନେଇ । ପ୍ରାୟତଃ ୧୪ ଫେବୃଆରୀ ଦିନ ବିଶ୍ଵର ଅଧିକାଂଶ ଦେଶର ଲୋକେ ଏଠାରେ ନିଜ ପ୍ରେମିକା ଓ ପ୍ରେମିକ ଙ୍କୁ ପ୍ରେମ ନିବେଦନ କରିବା ପାଇଁ ଭାଲେଣ୍ଟାଇନ ଡେ ଅବସରରେ ଏକାଠି ହୋଇଥାଆନ୍ତି ।
କାରଣ ଥାଇଲ୍ୟାଣ୍ଡ ର ପଟାୟା ସହର ନିଜର ସେକ୍ସ୍ ଇଣ୍ଡଷ୍ଟ୍ରି ପାଇଁ ସାରା ବିଶ୍ବରେ ବଦନାମ୍ ଅଟେ । ତେଣୁ ବର୍ତ୍ତମାନ୍ ଏଠାରେ କରୋନା ମହାମାରୀ କାରଣରୁ ପ୍ରତିଦିନ ପ୍ରାୟ ୮ ହଜାର କରୋନା ସଂକ୍ରମଣ ବ୍ୟାପୁଛି । ଏହାକୁ ଆଖି ଆଗରେ ରଖି ଥାଇଲ୍ୟାଣ୍ଡ ର ସ୍ବାସ୍ଥ୍ୟ ଅଧିକାରୀ ମାନେ କହିଛନ୍ତି ଯେ କରୋନା ଯୌନ ସମ୍ବନ୍ଧ ଯୋଗୁଁ ହୋଇ ନଥାଏ, ତଥାପି ଯଦି ଆପଣ ନିକଟତର ହୋଇ ନିଶ୍ଵାସ ନେବେ ତେବେ ଏହା କରୋନା ସଂକ୍ରମଣ ର କାରଣ ହୋଇପାରେ । ତେଣୁ ଯୌନ ସମ୍ବନ୍ଧ ପୂର୍ବରୁ ଉଭୟ ଆଣ୍ଟି ଜେନ୍ ଟେଷ୍ଟ ନିହାତି କରିବା ଉଚିତ୍ । ତା ସହିତ ବର୍ତ୍ତମାନ୍ ର ସ୍ଥିତି କୁ ବୁଝି ଦୀର୍ଘ ସମୟ ଧରି ଚୁମ୍ବନ କରିବେ ନାହିଁ , ଗର୍ଭ ନିରୋଧକ ଉପାୟ ଗ୍ରହଣ କରନ୍ତୁ, ଏବଂ ସମ୍ବନ୍ଧ ସମୟରେ ମାଷ୍କ୍ ପିନ୍ଧିବା ନିହାତି ଆବଶ୍ୟକ ।
ଥାଇଲ୍ୟାଣ୍ଡ କୁ ଭଳେଣ୍ଟାଇନ ଡେ ରେ ଗୋଟିଏ ପବିତ୍ର ଦିନ ଭାବରେ ଗ୍ରହଣ କରାଯାଏ । ଏହିଦିନ ବିଶ୍ଵର ଅଧିକାଂଶ ଦେଶର ପ୍ରେମୀ ଯୁଗଳ ଏଠାରେ ବିବାହ କରିବାକୁ ପହଞ୍ଚି ଥାଆନ୍ତି ।
Leave A Reply