Odisha news

ଆକ୍ଷିର ଏହି ୩ଟି ଲକ୍ଷଣ ଦେଖାଦେଲେ ବଢ଼ିଥାଏ କୋଲେଷ୍ଟ୍ରାଲ୍

0
ଶରୀରରେ ହାଇ କୋଲେଷ୍ଟ୍ରାଲ ଦେଖାଦେବା ଏକ ପ୍ରକାର ଶାରିରୀକ ସମସ୍ୟା କୁ ଜନ୍ମ ଦେଇଥାଏ । ହାଇ କଲେଷ୍ଟ୍ରାଲ କୁ ହାଇପରକୋଲେଷ୍ଟ୍ରୋଲେମୀୟା ମଧ୍ୟ କୁହାଯାଏ । ଅଧିକାଂଶ ଲୋକେ ଆଜିକାଲି ହାଇ କଲେଷ୍ଟ୍ରାଲ୍ ସମସ୍ୟା ରେ ଗ୍ରସ୍ତ ହେଉଛନ୍ତି । ଯେତେବେଳେ ଶରୀରରେ କୋଲେଷ୍ଟ୍ରାଳ ସ୍ତର ବଢ଼ି ଯାଇଥାଏ ସେତେବେଳେ ରକ୍ତ ପ୍ରବାହ ଠିକ୍ ଭାବରେ ହୋଇ ନଥାଏ ଓ ହାର୍ଟ ଆଟାକ୍ ସମସ୍ୟା ଦେଖା ଦେଇଥାଏ ।
ହାଇ କୋଲେଷ୍ଟ୍ରାଲ ସମସ୍ୟା ଅଧିକ ଫ୍ୟାଟି ଫୁଡ୍ ଖାଇବା, ବ୍ୟାୟାମ ନ କରିବା, ଅଧିକ ଓଜନ ବୃଦ୍ଧି, ଅଲ୍କୋହଲ୍ ସେବନ, ସ୍ମୋକିଂ ଅଭ୍ୟାସ ଇତ୍ୟାଦି ହାଇ କୋଲେଷ୍ଟ୍ରାଲ ର କାରଣ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ହାଇ କୋଲେଷ୍ଟ୍ରାଲ ହାର୍ଟ ଆଟାକ୍ ସମସ୍ୟା ହୋଇଥାଏ ।
ଆପଣଙ୍କ ଆକ୍ଷିର ସମସ୍ୟା କହିବ କୋଲେଷ୍ଟ୍ରାଲ ର ସମସ୍ୟା –
– ଆକ୍ଷୀର ବାହାର ଅଂଶ ରେ କୁଞ୍ଚନ୍ ଚର୍ମ ଦେଖା ଯିବ । ଆକ୍ଷିରେ ସାମାନ୍ୟ କୁଣ୍ଡେଇ ହେବା ହେଉଛି କୋଲେଷ୍ଟ୍ରାଲ ସମସ୍ୟା ର କାରଣ ।
– ଆଖିର ଉପର ପତା ଉପରେ ଦାଗ ଦେଖାଯିବା । ଏହା ୨ପାର୍ଶ୍ୱରେ ଚକ୍ଷୁ ରେ ଦେଖା ଯାଇଥାଏ ।
– ଆଖିର ରେଟିନା ଚତୁର୍ପର୍ଶ୍ୱରେ ମଧ୍ୟ ଗୋଟିଏ ପରଳ ଭଳି ଦେଖାଯାଏ । ଯେଉଁ କାରଣରୁ ଅଧିକାଂଶ ସମୟରେ ରେଟିନା ମଧ୍ୟ ପ୍ରଭାବିତ ହୋଇଥାଏ ।
ଉପଚାର –
– ନିୟମିତ ଭାବରେ ପ୍ରାକୃତିକ ଯୁସ୍ ସହିତ ବିନା ଚର୍ବି ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଯେପରିକି ଲାଉ ଓ କାକୁଡି ଜୁସ୍ ପିଇବା ଆବଶ୍ୟକ । ଖାଲି ପେଟରେ ନିୟମିତ ଏହି ଯୁସ କୁ ସେବନ କରନ୍ତୁ ।
– ଲବଙ୍ଗ, ହଳଦୀ ଓ ଅଦା କୁ ପାଣିରେ ଫୁଟାଇ ନିୟମିତ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଏହାଦ୍ବାରା କୋଲେଷ୍ଟ୍ରାଲ ନିୟନ୍ତ୍ରିତ ହେବ ।
– ପ୍ରତିଦିନ ଖାଦ୍ୟ ଖାଇବା ପୂର୍ବରୁ ଗୋଟିଏ ପ୍ଲେଟ୍ ସାଲାଡ଼ ଖାଇବା ନିହାତି ଜରୁରୀ । ଏହାଦ୍ବାରା ଶରୀରରୁ ଚର୍ବି ହ୍ରାସ ହୋଇଥାଏ ଓ ଖାଦ୍ୟ ଉଚିତ୍ ପରିମାଣ ରେ ଖିଆ ଯାଇଥାଏ ।
– ପ୍ରତିଦିନ ମଧ୍ୟାହ୍ନ ଭୋଜନ ର ୩୦ ମିନିଟ୍ ପୂର୍ବରୁ ଗୋଟିଏ ଲିଟର ପାଣି ପିଇବା ଆବଶ୍ୟକ । ଏହାଛଡା ଦିନକୁ ପ୍ରାୟ ୪ଲିଟର ପାଣି ନିହାତି ପିଇବା ଜରୁରୀ ।
– ଗଜା ମୁଗ ଓ ଗଜା ବୁଟ ନିହାତି ସପ୍ତାହକୁ ୩ ଥର ଖାଇବା ଉଚିତ୍ । ଏହା ଆପଣଙ୍କ କୋଲେଷ୍ଟ୍ରାଲ ସ୍ତରକୁ ନିୟନ୍ତ୍ରିତ କରିଥାଏ ।
– ବିନା ତେଲ ଯୁକ୍ତ ଓ ବିନା ଚର୍ବି ଯୁକ୍ତ ଖାଦ୍ୟ ସେବନ, ଫଳମୂଳ ଓ ପନିପରିବା ସେବନ ନିହାତି ଆବଶ୍ୟକ । ଏହା ଆପଣଙ୍କ କୋଲେଷ୍ଟ୍ରାଲ ସ୍ତରକୁ ନିୟନ୍ତ୍ରିତ କରିବ ।
Leave A Reply